ଆର୍ଡି ଅଫିସ୍ ଆଗରେ ଅଳିଆ ଗଦା

ଜବରଦଖଲ ଯୋଗୁ ଜଳ ନିଷ୍କାସନରେ ବାଧା
ବେତନଟୀ (ଆପ୍ର): ବେତନଟୀ ବଙ୍ଗଳାଛକ ଓ ଚଣ୍ଡିଛକ ପୂର୍ତ୍ତ ରାସ୍ତା ପ୍ରଶସ୍ତୀକରଣ ସହିତ ଏଥିରେ ଡ୍ରେନ୍ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବେତନଟୀ ଆର୍ଡି ଉପଖଣ୍ଡ ବା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକର ପାଶ୍ୱର୍କୁ ଜବରଦଖଲ କରାଯାଇଛି । ଜବରଦଖଲକାରୀ ଡ୍ରେନ୍କୁ ମାଡ଼ି ବସିଛନ୍ତି । ପବିତ୍ର ଭେରାଇଟୀ ଷ୍ଟୋର ଓ ମଢ଼ୁଆଳ ଟେଣ୍ଟ ହାଉସ ତଳେ ଥିବା ଡ୍ରେନରେ ପାଣି ନିଷ୍କାସନ ହୋଇପାରୁ ନାହିଁ । ଫଳ ସ୍ୱରୂପ ଡ୍ରେନ୍ ଅଳିଆ ପାଣି ଜମି ରହି କୃତି୍ରମ ବନ୍ୟା ସୃଷ୍ଟି କରିଛି । ଅନ୍ୟପକ୍ଷରେ ବର୍ଷା ପାଣିର ଚାପ ଅଧିକ ହେବାରୁ ପାଣି ପବିତ୍ର ଭେରାଇଟୀ ଷ୍ଟୋର ତଳୁ ବାହାରି ଆର୍ଡି ସହକାରୀ ନିର୍ବାହୀ ଯନ୍ତ୍ରୀ ବା ଆରଡି ଉପଖଣ୍ଡ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ, ଉପଖଣ୍ଡ ଅଧିକାରୀଙ୍କ ବାସଭବନ ଓ ଜାତୀୟ ରାଜପଥ ବିଶ୍ରାମଗୃହର ମୁଖ୍ୟ ରାସ୍ତାରେ ଅଳିଆ ଓ ଆବର୍ଜନାମୟ କରି ଦେଇଛି । ସ୍ୱାଧୀନତା ଦିବସ ଓ ଚଳିତ ବର୍ଷ ଦେଶ ଆଜାଦି କି ଅମୃତ ବର୍ଷ ପାଳନ କରୁଛି । ଏହି ଅଳିଆ ପାଣି ଓ ସିଉଳିକୁ ମାଡ଼ି ବ୍ଲକ୍ସ୍ତରୀୟ ପତାକା ଉତ୍ତୋଳନରେ ମଧ୍ୟ ଭିଆଇପି ଓ ସରକାରୀ ଅଧିକାରୀ ଭାଗ ନେବେ । ଘଟଣା ସମ୍ପର୍କରେ ବେତନଟୀ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ବିଜୟ କୁମାର ସେଠୀଙ୍କୁ ପଚାରିବାରେ ସେ ଅବଗତ ଥିବା କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *