ଚୀନା ଗୁଇନ୍ଦା ଜାହାଜକୁ ଏଣ୍ଟ୍ରି ଅନୁମତି

ନୂଆଦିଲ୍ଲୀ/କଲମ୍ବୋ ୧୩ା୮: ଭାରତର ତୀବ୍ର ବିରୋଧ ସତ୍ତ୍ୱେ ଚୀନ୍ର ଗୁଇନ୍ଦା ଜାହାଜ ‘ୟୁଆନ ୱାଙ୍ଗ୍ ୫’କୁ ହମ୍ବନଟୋଟା ବନ୍ଦରରେ ଡକିଂ ଲାଗି ଶ୍ରୀଲଙ୍କା ଅନୁମତି ଦେଇଛି । ଆସନ୍ତା ୧୬ ତାରିଖ ଦିନ ଚୀନ୍ର ଏହି ବାଲିଷ୍ଟିକ୍ ଓ ସାଟେଲାଇଟ୍ ଟ୍ରାକିଂ ଜାହାଜ ଶ୍ରୀଲଙ୍କା ବନ୍ଦରରେ ପହଞ୍ଚô ଇନ୍ଧନ ଭରିବା ଆଳରେ ୬ ଦିନ ରହିବ ।
ଶ୍ରୀଲଙ୍କା ନୌସେନା ସହ ମିଳିତ ସମରାଭ୍ୟାସ କରିବାକୁ ଚୀନ୍ରେ ନିର୍ମିତ ପାକିସ୍ତାନର ନୂଆ ଯୁଦ୍ଧ ଜାହାଜ ‘ପିଏନ୍ଏସ୍ ତୈମୁର’ ମଧ୍ୟ ଇତିମଧ୍ୟରେ କଲମ୍ବୋ ବନ୍ଦରରେ ପହଞ୍ଚôଛି ।
୪ଠଠ କ୍ରୁ ସଦସ୍ୟ ବିଶିଷ୍ଟ ‘ୟୁଆନ ୱାଙ୍ଗ୍ ୫’ ଜାହାଜରେ ପାରାବୋଲିକ୍ ଟ୍ରାକିଂ ଆଣ୍ଟିନା ଓ ଅନେକ ଶକ୍ତିଶାଳୀ ସେନ୍ସର ଅଛି । ଏ ସବୁ ସାହାର୍ଯ୍ୟରେ ୭୫ଠ କିମି ଦୂରରୁ କଥାବାର୍ତ୍ତା ଶୁଣି ହେଉଛି । ହମ୍ବନଟୋଟା ବନ୍ଦର ତାମିଲନାଡୁର କନ୍ୟାକୁମାରୀଠାରୁ ୪୫୧ କିମି ଦୂରରେ ଅବସ୍ଥିତ । ୬ ଦିନ ଶ୍ରୀଲଙ୍କାରେ ରହିବା ଭିତରେ ଚୀନା ଗୁଇନ୍ଦା ଜାହାଜର ରାଡାର ରେଞ୍ଜ୍ରେ ଦକ୍ଷିଣ ଭାରତର ସବୁ ନୌସେନା ଘାଟି ଏବଂ ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରହିବ ।
ଚୀନା ଗୁଇନ୍ଦା ଜାହାଜ ଅଗଷ୍ଟ ୧୧ରେ ଆସିଥାନ୍ତା କିନ୍ତୁ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଚୀନା ଜାହାଜକୁ ଏଣ୍ଟି୍ର ଅନୁମତି ନ ଦେବା ପାଇଁ ଶ୍ରୀଲଙ୍କାକୁ ଅନୁରୋଧ କରାଯାଇଥିଲା । ଆମେରିକା ସରକାର ମଧ୍ୟ ଭାରତର ଉଦ୍ବେଗ ଓ ସମର୍ଥନ କରିଥିଲେ । ସେହି ଅନୁସାରେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ‘ୟୁଆନ ୱାଙ୍ଗ୍ ୫’ର ଏଣ୍ଟ୍ରି ଉପରେ ରୋକ୍ ଲଗାଇଥିଲେ । କିନ୍ତୁ ଚୀନ୍ର ପ୍ରବଳ ଚାପର ବଶବର୍ତ୍ତି ହୋଇ ପରିଶେଷରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରାଳୟ ମତ ପରିବର୍ତ୍ତନ କରିଛି । ସମୀକ୍ଷକମାନଙ୍କ ମତରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଋଣ ମଞ୍ଜୁରିକୁ ଭିଟୋ ପ୍ରୟୋଗ ପୂର୍ବକ ଚୀନ୍ କାଳେ ରୋକି ଦେବ, ଏହି ଆଶଙ୍କାରେ ଶ୍ରୀଲଙ୍କା ସରକାର ଚୀନା ଗୁଇନ୍ଦା ଜାହାଜକୁ ଡକିଂ ଅନୁମତି ଦେଇଛନ୍ତି । ଅଭୂତପୂର୍ବ ଆର୍ଥିକ ସଙ୍କଟରେ ପଡିଥିବା ଶ୍ରୀଲଙ୍କାକୁ ଚୀନ୍ ସମେତ କୌଣସି ଦେଶ ଜରୁରି ସାମଗ୍ରୀ ଦେଉ ନ ଥିବା ସ୍ଥଳେ କେବଳ ଭାରତ ଇନ୍ଧନଠାରୁ ଆରମ୍ଭ କରି ଖାଦ୍ୟାନ୍ନ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଯୋଗାଇ ଆସୁଛି । ଏହି ପରିପ୍ରେକ୍ଷୀରେ କଲମ୍ବୋ ପକ୍ଷରୁ କୁହାଯାଇଛି ଯେ, ‘ୟୁଆନ ୱାଙ୍ଗ୍ ୫’କୁ ନେଇ ଚୀନ୍ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ମଝିରେ ଶ୍ରୀଲଙ୍କା ଫସି ଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *