ହରଡ଼ ଡାଲି ଷ୍ଟକ୍ ଉପରେ ନଜର ରଖ

ରାଜ୍ୟସରକାରଙ୍କୁ କେନ୍ଦ୍ରର ନିଦେ୍ର୍ଦଶ
ନୂଆଦିଲ୍ଲୀ (ଏଜେନ୍ସି): ବଢ଼ୁଥିବା ଡାଲି ଦରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଡାଲି ଷ୍ଟକ୍ ଉପରେ ତୀକ୍ଷ୍ମ ଦୃଷ୍ଟି ନିବଦ୍ଧ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । କିଛି ଅସାଧୁ ଲୋକ ବଜାରରେ କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି କରିବା ଉଦେ୍ଦଶ୍ୟରେ ଡାଲିର ଷ୍ଟକ୍ ଜମା କରୁଥିବା ବେଳେ ସେସବୁକୁ ବଜାରକୁ ଛାଡୁନଥିବା କେନ୍ଦ୍ର ସରକାର ଜାଣିବାକୁ ପାଇଛନ୍ତି । ସୁତରାଂ ଆଗାମୀ ଦିନରେ ଦେଶରେ ଡାଲି ମୂଲ୍ୟ ବୃଦ୍ଧି ପାଇବା ନେଇ କେନ୍ଦ୍ର ଆଶଙ୍କା କରୁଛି । ଏପରିସ୍ଥିତିରେ ଦେଶର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଡାଲି ମହଜୁଦକାରୀଙ୍କ ନିକଟରେ ଉପଲବ୍ଧ ଥିବା ଡାଲି ପରିମାଣକୁ ଯାଞ୍ଚ କରିବା ସହ ନିୟମିତ ସେସବୁର ତଦାରଖ କରିବା ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ନିଦେ୍ର୍ଦଶ ଦିଆଯାଇଛି । ଶୁକ୍ରବାର ଦିନ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟଗୁଡ଼ିକୁ ଏସମ୍ପର୍କୀତି ନିଦେ୍ର୍ଦଶନାମା ଜାରି କରିଦିଆଯାଇଛି ।
ନିଦେ୍ର୍ଦଶନାମାରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ର ବିଭିନ୍ନ ବ୍ୟବସ୍ଥା ଅଧୀନରେ ହରଡ଼ ଡାଲି ବ୍ୟବସାୟୀମାନଙ୍କ ଦ୍ୱାରା ରଖାଯାଇଥିବା ଷ୍ଟକ୍ ସଂକ୍ରାନ୍ତ ତଥ୍ୟ ପ୍ରଘଟ କରିବା ପାଇଁ କୁହାଯାଇଛି । ସାପ୍ତାହିକ ଭିତ୍ତିରେ ମହଜୁଦ୍ ଷ୍ଟକ୍ ପରିମାଣକୁ ତଦାରଖ କରିବା ସହ ସେସମ୍ପର୍କୀତ ତଥ୍ୟର ଯାଞ୍ଚ କରିବା ପାଇଁ ମଧ୍ୟ କୁହାଯାଇଛି । କେବଳ ସେତିକି ନୁହେଁ ଡାଲି ଷ୍ଟକ୍ ସଂକ୍ରାନ୍ତ ତଥ୍ୟକୁ ଖାଉଟି ବ୍ୟାପାର ବିଭାଗର ଅନ୍ଲାଇନ୍ ମନିଟରିଂ ପୋର୍ଟାଲରେ ଅପ୍ଲୋଡ୍ କରିବା ପାଇଁ ମଧ୍ୟ ମହଜୁଦକାରୀମାନଙ୍କୁ ନିଦେ୍ର୍ଦଶ ଦେବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ଏଥିରେ କୁହାଯାଇଛି । କେନ୍ଦ୍ର ସରକାର ମଧ୍ୟ ଡାଲି ଉପଲବ୍ଧତା ଏବଂ ଏହାର ଦର ଉପରେ ସ୍ୱତନ୍ତ୍ର ନଜର ରଖୁଥିବା ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ କରିଛନ୍ତି । ଡାଲିକୁ ନେଇ ରାଜ୍ୟସ୍ତରରେ ଯେପରି କୌଣସି ବିଷମ ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସରକାର ଆଗୁଆ ସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ନିଦେ୍ର୍ଦଶନାମା ଜାରି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *