ବିପଦ ସଂକେତ ଉପରେ ବୈତରଣୀ
ଧାମନଗର/ଭଣ୍ଡାରିପୋଖରୀ (ଆପ୍ର): ଲଘୁ·ପ ପ୍ରଭାବରେ ପ୍ରାୟ ୬ ଦିନ ହେବ ଅବିଶ୍ରାନ୍ତ ବର୍ଷା ଚାଲିଥିବାରୁ ବୈତରଣୀ ନଦୀରେ ବନ୍ୟା ଆସିଛି । ଆଖୁଆପଦା ଠାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସେଠାରେ ବିପଦ ସଂକେତ ହେଉଛି ୧୭.୮୩ ଓ ସନ୍ଦ୍ୟା ୬ ଟା ସୁଦ୍ଧା ୧୮.୦୩ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବୈତରଣୀ ଓ କୋଚିଳା ନଦୀରେ ମଧ୍ୟମ ଧରଣର ବନ୍ୟା ଆସିଛି । ଅନ୍ୟପକ୍ଷରେ ଜଳସ୍ତର ଘଣ୍ଟାପ୍ରତି ୧ ମି.ମି. ବେଗରେ ବୃଦ୍ଧି ପାଉଥିବା ଜଣାଯାଇଛି । ବର୍ଷା ଲାଗିରହିଥିବାରୁ ବୈତରଣୀ ଯଦି ୧୮.୫୦ଉପରେ ପ୍ରବାହିତ ହୁଏ ତେବେ ଗେଙ୍ଗୁଟି ଓ କଣ୍ଡିଆନଦୀରେ ବନ୍ୟାଜଳ ପ୍ରବାହିତ ହେବ ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୧୦.୨୦ ମି.ମି., କେଉଁଝରରେ ୨୯.୬୦ ମି.ମି., ସ୍ୱାମୀପାଟଣାରେ ୨୭.୨୦ ମି.ମି, ଠାକୁରମୁଣ୍ଡାରେ ୨୭ ମିମି, ଆନନ୍ଦପୁରରେ ୧ ମିମି. ଓ ଆଖୁଆପଦାରେ ୧୪ ମିମି. ବର୍ଷା ରେକର୍ଡ କରାଯାଇଛି । ବର୍ଷା ଫଳରେ ବିସ୍ତୀର୍ଣ୍ଣ ·ଷଜମି ଜଳ ପ୍ଳାବିତ ହୋଇଛି ।
ଆନନ୍ଦପୁରଠାରେ ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ଶନିବାର ମଧ୍ୟରାତ୍ର ସୁଦ୍ଧା ଆଖୁଆପଦାରେ ଜଳସ୍ତର ସ୍ଥିର ହୋଇ ହ୍ରାସ ପାଇପାରେ ବୋଲି ଜଳସେଚନ ବିଭାଗ ଅନୁମାନ ଲଗାଇଛି । ଭଦ୍ରକ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଆଖୁଆପଦା, ବାଲିପୋଖରୀ ଏସ୍କେପ୍ ଓ କଣ୍ଟିଘାଇ ପରିଦର୍ଶନ କଜ୍ୱା ପରେ ଆଖୁଆପଦା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଦାସଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ବନ୍ୟା ପରିସ୍ଥିତି ଅନୁଧ୍ୟାନ ନିମିତ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ନିୟୋଜିତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଧନେଶ୍ୱର ସାମଲ ଆଖୁଆପଦା ଆସୁଥିବା ଜଣାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ମଣିନାଥପୁର, ଜଳହରୀ ଓ ବନ୍ଦାଳୋ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ତହସିଲ ପକ୍ଷରୁ ମଧ୍ୟ ନଦୀକୂଳ ରାଜସ୍ୱ ନିରୀକ୍ଷକଙ୍କୁ ସଜାଗ ରଖାଯାଇଛି । କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ତଳିହା ଅଞ୍ଚଳ ଜଳମଗ୍ନ ହୋଇ ରହିଛି ।
ବର୍ଷା ଯୋଗୁ ରାମେଶ୍ୱରପୁର ମହାନ୍ତି ସାହିଠାରେ ଗେଙ୍ଗୁଟି ନଦୀବନ୍ଧରେ ପଥର ପ୍ୟାକିଂ ଧସିବାରେ ଲାଗିଛି । ରେବ ଓ କପାଳି ନଦୀରେ ମଧ୍ୟମ ଧରଣର ବନ୍ୟା ଆସି ଧାମନଗର ବ୍ଲକର ଫତେପୁର, ଅସୁରାଳି, କାଶିମପୁର, କଟସାହି, ଖପରପଦା, କୋଠାର, ଧୂଷୁରୀ ଆଦି ପଂ·ୟତରେ ·ଷ ଜମିରେ ଜଳମଗ୍ନ ହୋଇଯାଇଛି । ବନ୍ୟାଜଳଦ୍ୱାରା ଧାନତଳି ଓ ରୁଆଧାନ ପଚି ଗଲାଣି । ରେବନଦୀର ବନ୍ୟାଜଳ ହଂସପୁର, ସାହୁସାହ, ଲେରା, ବାଙ୍କସାହି, ଖୋପସାହି ଓ କପାଳିନଦୀର ବନ୍ୟାରେ ତୋରବନ୍ତିଆ, ହାତିଆପଡ଼ା, ଶ୍ରୀଗଙ୍ଗା ଆଦି ଅଂଚଳରେ ·ଷଜମି ଜଳପ୍ଳାବିତ କରିଛି । ପତ୍ରିସାହି- ବାଙ୍କସାହି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି ।