ତନ୍ତୀଘାଇ ନଦୀରେ ଲୀନ ହେଉଛି ଚାଷ ଜମି
ବରୀ (ଆପ୍ର): ଖରେସ୍ରୋତା ତାହାର ଶାଖା ନଦୀ ତନ୍ତୀଘାଇ ନଦୀରେ ବରୀ ବ୍ଲକ୍ ବୋଦୁଅ ପଞ୍ଚାୟତ ପାଳସାହି, ପୋଡ଼ପଡା, ମଲ୍ଲିକ ସାହିର ବହୁ ଲୋକଙ୍କ ଚାଷ ଜମି ତନ୍ତୀ ଘାଇ ନଦୀ ଚାଲିଗଲାଣି । ଘାଟ କୂଳ ଛନ୍ଦା ନିକଟରେ ଚାଷ ଜମିରୁ ବଡ଼ ବଡ଼ ଅତଡା ଖାଇ ନଦୀ ଗର୍ଭକୁ ଜାଉଛି । ନଦୀରେ ଜଳସ୍ତର ବୃଦ୍ଧି ହେବାରୁ ଚାଷ ଜମି ଧୀରେ ଖାଇ ଖାଇ ଯାଉଛି । ବହୁ ଦିନ ଧରି ଚାଷ ଜମିରୁ ଅତଡା ଖସୁଥିବାରୁ ଚିନ୍ତାରେ ଚାଷୀ । ନଦୀ ଖାଇଯାଉଥିବା ସ୍ଥାନରେ ବିଭାଗ ପକ୍ଷରୁ ପଥରପ୍ୟାକିଙ୍ଗ ନିର୍ମାଣ ପାଇଁ ଦାବି ହେଉଛି ।