ରୁଶ୍ଦିଙ୍କୁ ଛୁରାମାଡ଼

ମଞ୍ଚରେ ଭାଷଣ ଦେବା ପୂର୍ବରୁ ଆକ୍ରମଣ
ଉଗ୍ରବାଦୀଙ୍କ ଟାର୍ଗେଟ୍ରେ ଥିଲେ
ନୁ୍ୟୟର୍କ, ୧୨ ।୮: ଭାରତୀୟ ବଂଶୋଦ୍ଭୂତ ବିଖ୍ୟାତ ବ୍ରିଟିଶ୍-ଆମେରିକୀୟ ଲେଖକ ସଲମାନ ରୁଶ୍ଦିଙ୍କୁ ଶୁକ୍ରବାର ମଞ୍ଚ ଉପରେ ଛୁରାମାଡ଼ ହୋଇଛି । ପଶ୍ଚିମ ନୁ୍ୟୟର୍କର ଏକ ଅନୁଷ୍ଠାନରେ ସେ ଭାଷଣ ଦେବା ପାଇଁ ମଞ୍ଚରେ ପହଞ୍ଚôବା ମାତ୍ରେ ଜଣେ ଯୁବକ ଝପଟି ଆସି ମୁଥ ମାରିବା ସହ ତାଙ୍କ ବେକକୁ ଛୁରୀରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏୟାର୍ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍କୁ ନିଆଯାଇଥିଲା ।
ପୁଲିସ ଆକ୍ରମଣକାରୀକୁ ଗିରଫ କରିଛି । କିନ୍ତୁ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ । ୧୪ ଉପନ୍ୟାସ ଲେଖିଥିବା ୭୫ ବର୍ଷୀୟ ରୁଶ୍ଦି ୧୯୮୮ରେ ପ୍ରକାଶିତ ତାଙ୍କ ଚତୁର୍ଥ ଉପନ୍ୟାସ ‘ଦ ସାଟାନିକ୍ ଭର୍ସେସ୍’ ପାଇଁ ଉଗ୍ରବାଦୀଙ୍କ ଟାର୍ଗେଟ୍ରେ ଥିଲେ । ଏହି କାରଣରୁ ତାଙ୍କୁ ଅନେକ ବର୍ଷ ଅଜ୍ଞାତବାସରେ ରହିବାକୁ ପଡ଼ିଥିଲା । ୧୯୮୯ରେ ଇରାନ୍ର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୁଲ୍ଲା ଖୁମେନି ତାଙ୍କୁ ମୃତୁ୍ୟ ଧମକ ଦେବାରୁ ବ୍ରିଟିଶ୍ ସରକାର ରୁଶ୍ଦିଙ୍କୁ ପୁଲିସ ସୁରକ୍ଷା ପ୍ରଦାନ କରିଥିଲେ । ରୁଶ୍ଦିଙ୍କ ହତ୍ୟା ପାଇଁ ଇରାନ୍ ସରକାର ୩୦ ଲକ୍ଷ ଡଲାର୍ ପୁରସ୍କାର ଘୋଷଣା କରିଥିଲେ । ୨୦୦୦ ମସିହାରୁ ରୁଶ୍ଦି ଆମେରିକାରେ ରହି ଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *