ବନ୍ୟା ଆଶଙ୍କା ନାହିଁ

ଭୁବନେଶ୍ୱର, ୧୨ା୮ (ବୁ୍ୟରୋ): ଛତିଶଗଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବଢି·ଲିଛି । ରିପୋର୍ଟ ଲେଖାହେବା ସୁଦ୍ଧା ହୀରାକୂଦରୁ ମୋଟ ୨୦ ଗୋଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମପଟୁ ୧୩ ଓ ଡାହାଣ ପାଶ୍ୱର୍ରୁ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୪ ଲକ୍ଷ ୨୧ ହଜାର ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ୩ ଲକ୍ଷ ୪୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ରାଜ୍ୟର ଏକାଧିକ ନଦୀ ଜଳସ୍ତର ବଢ଼ିବାରେ ଲାଗିଥିବାବେଳେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ପ୍ରକାଶ ପାଇଛି । ଏହି ସ୍ଥିତିରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ହେଲେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ବିଜୟ କୁମାର ମିଶ୍ର କହିଛନ୍ତି, ସବୁ ନଦୀର ଜଳସ୍ତର ବଢ଼ିଥିଲେ ହେଁ ବନ୍ୟା ଆଶଙ୍କା ନାହିଁ । ଆଗକୁ ମଧ୍ୟ ପ୍ରବଳ ବର୍ଷା ହେବ । ତେଣୁ ପରିସ୍ଥିତି ଉପରେ ନଜର ରହିଛି । କେବଳ ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ଅନ୍ୟ ନଦୀରେ ବନ୍ୟାଜଳ ସ୍ୱାଭାବିକ ରହିଛି । ମୁଣ୍ଡଳିଠାରେ ଶୁକ୍ରବାର ୩.୪୭ କୁ୍ୟସେକ୍ ଜଳ ପ୍ରବାହ ହେଉଛି । ହୀରାକୁଦର ୨୦ଟି ଗେଟ୍ ଖୋଲା ରହିଥିଲେ ହେଁ ଏହି ପାଣି ଏଯାଏଁ ନଦୀରେ ଆସିନି । ହୀରାକୁଦ ପାଣି ଆସିଲା ବେଳକୁ ଏହି ନଦୀରେ ଥିବା ପାଣି ଖସି ଯାଇଥିବ । ତେଣୁ ସେଭଳି କିଛି ଚିନ୍ତାଜନକ ସ୍ଥିତି ନାହିଁ । ପୂର୍ଣ୍ଣିମା ମଧ୍ୟ ସେତେବେଳକୁ ଚାଲି ଯାଇଥିବ, ତେଣୁ ସମୁଦ୍ର ପାଣି ଭିଡ଼ିବ । ଛତିଶଗଡ଼ରେ ମଧ୍ୟ ବର୍ଷାର ପ୍ରଭାବ କମିଛି । ଏବେ ହୀରାକୁଦକୁ ୪ କୁ୍ୟସେକ୍ ଜଳ ପ୍ରବାହ ହେଉଛି । ତଥାପି ବିଭାଗୀୟ କର୍ମ·ରୀ ସଜାଗ ରହିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେହିପରି ହୀରାକୁଦ ଡ୍ୟାମ ଖୋଲିବା ନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ମହାନଦୀ ଶଯ୍ୟା ଓ ହୀରାକୁଦ ତଳ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି । ତେଣୁ ତଳ ଅଞ୍ଚଳରେ ନଦୀ ଶଯ୍ୟାକୁ ଲୋକେ ନ ଯିବା ଉଚିତ । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ମାଇକ ଯୋଗେ ପ୍ର·ର ହୋଇଛି । ଆବଶ୍ୟକ ହେଲେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ପାଣିପାଗ କେନ୍ଦ୍ର ସୂଚନାରେ, ପଶ୍ଚିମ ମିଅାଁମାର ଓ ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ । ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପ ନେଇପାରେ । ଲଘୁ·ପ ସୃଷ୍ଟି ହେବାର ୨୪ ଘଣ୍ଟା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଫଳରେ ଆସନ୍ତାକାଲି ଓ ୧୩ ଓ ୧୪ ତାରିଖରେ ୩୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏନେଇ ସମସ୍ତ ଜିଲ୍ଲାଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି । ୧୫ରୁ ବର୍ଷାର ପରିମାଣ କମିବ । ୧୫ ଯାଏଁ ସମୁଦ୍ର ଅଶାନ୍ତ ମଧ୍ୟ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯାଇ ମାଛ ମାରିବାକୁ ବାରଣ କରାଯାଇଛି ।
୧୩ ତାରିଖରେ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ,ନୟାଗଡ, ଗଞ୍ଜାମ, ଗଜପତି ସହ ଆଭ୍ୟନ୍ତରୀଣ ଓଡିଶାର ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେହିଭଳି ୧୪ ତାରିଖରେ ମଧ୍ୟ ୧୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଅ ।ପଡା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ ସହ ଉତ୍ତର ଓଡିଶାର ଅନୁଗୋଳ, ସମ୍ବଲପୁର ଓ ଦେଓଗଡରେ ମଧ୍ୟ ବର୍ଷାର ପ୍ରଭାବ ଦେଖାଦେବ । ଏଥିସହ ୪ ଜିଲ୍ଲାରେ ୨୦ ସେଣ୍ଟିମିଟରଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କଳାହାଣ୍ଡି, ବଲାଙ୍ଗୀର, ନୂଆପଡାରେ ଅତ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ ଭାବେ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବସ୍ତା ବ୍ଲକ୍ର ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫ ମିଟର ରହିଛି । ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ୬.୨୧ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି । ଫଳରେ ବାହାର୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗଡିଆ, ଚକୁରାଇ, ଦରିଡା, ଗଡ଼ିପଦା ଓ ରାଉତପଡା ସମେତ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି । ଜଳସମ୍ପଦ ବିଭାଗ ମଧ୍ୟ ଦୁର୍ବଳ ନଦୀ ବନ୍ଧ ମରାମତି ପାଇଁ ବାଲି ବସ୍ତା ରଖିଛି । ପ୍ରଶାସନ ମଧ୍ୟ ସଜାଗ ରହିଥିବା ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *