୧୩ରେ ବଳଶାଳୀ ଲଘୁଚାପ
ଭୁବନେଶ୍ୱର, ୧୧ା୮ (ବୁ୍ୟରୋ): ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିବା ଅବପାତ ଏବେ ମଧ୍ୟ ରାଜ୍ୟରେ ସକ୍ରିୟ ରହିଛି । ଫଳରେ ରାଜ୍ୟର ଏକ୍ାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନଜରକୁ ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୧୫୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ୧୩ ସ୍ଥାନରେ ଅତିପ୍ରବଳ ବର୍ଷା ନଜରକୁ ଆସିଛି । ହେଲେ ଏବେ ଲଘୁଚାପ ଜନିତ ବର୍ଷା ରାଜ୍ୟବାସୀଙ୍କ ଦୁର୍ଦ୍ଦଶା ବଢ଼ାଇବା ନେଇ ଆଶଙ୍କା ଦେଖାଦେଇଛି । ଗୋଟିଏ ଲଘୁଚାପର ପ୍ରଭାବ ନ ସରୁଣୁ ଆଗକୁ ଆଉ ୨ ଲଘୁଚାପ ସୃଷ୍ଟି ହେବା ନେଇ ÷ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୧୩ ତାରିଖ ଦିନ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ସଦୃଶ ଲଘୁଚାପରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଶ୍ରୀ ଜେନାମଣି କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଚଳିତମାସରେ ଏକାଧିକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ଆସନ୍ତା ଶନିବାର ଉତ୍ତର ବଙ୍ଗୋପସାଗରରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହେବ । ଏହା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରିବ । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୁଖ୍ୟକଥା ହେଉଛି, ମୌସୁମୀ ଜନିତ ନିମ୍ନଚାପ ରେଖା ସହ ଲଘୁଚାପ ମିଶି ରାଜ୍ୟର ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା କରାଉଛି । ଫଳରେ ଏବେ ରାଂଜ୍ୟର ସମସ୍ତ ନଦୀର ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ବର୍ଷା ବଢ଼ିଲେ ନଦୀ ଜଳସ୍ତର ମଧ୍ୟ ବଢ଼ିବ । ପରବର୍ତ୍ତୀ ସମୟରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଭୂବିଜ୍ଞାନୀମାନେ ଆଶା ପ୍ରକାଶ କରିଛନ୍ତି ।
ଆସନ୍ତାକାଲି ରାଜ୍ୟର ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଏହି ସମୟ ମଧ୍ୟରେ ଉତ୍ତର ଓଡିଶାର ଜିଲ୍ଲା ଏବଂ ଦକ୍ଷିଣ ଓଡିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ୧୫ ଯାଏ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବାକୁ ଥିବାବେଳେ ୧୯ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ବର୍ଷା କମିବ । ୧୩ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୩ ଓ ୧୪ ତାରିଖ ୨ ଦିନ ଅଧିକ ବର୍ଷା ରହିବ ।
ଏହି ସମୟରେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।
ଏଣେ ଆଗାମୀ ୧୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରାଯାଇଛି । ସୂଚନାଯୋଗ୍ୟ, ଚଳିତ ମୌସୁମୀରେ ରାଜ୍ୟରେ ୬୬୭ ମିମି ବର୍ଷା ରେକର୍ଡ ହୋଇଛି । ମୟୁରଭଞ୍ଜ, ସୁନ୍ଦରଗଡ଼, ସୋନପୁର, ଝାରସୁଗୁଡାରେ ଏବେ ବି ବର୍ଷାର ପରିମାଣର କମ୍ ରହିଛି । କିନ୍ତୁ ଅନ୍ୟସବୁ ଜିଲ୍ଲାରେ ବର୍ଷାର ମାତ୍ରା ସ୍ୱାଭାବିକ ହୋଇଛି । ଏଣେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପର୍ଯ୍ୟାୟ କ୍ରମେ ଗୁରୁବାର ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍ ଖୋଲିଛି ।