୩୯ଠ କୋଟିର ବେନାମୀ ସମ୍ପତ୍ତି ଜବତ

ମହାରାଷ୍ଟ୍ରରେ ବ୍ୟବସାୟୀଙ୍କ ଘରୁ ମିଳିଲା ନଗଦ ୫୮କୋଟି ଟଙ୍କା, ୩୨କେଜି ସୁନା
ମୁମ୍ବାଇ (ଏଜେନ୍ସି): ଗୁରୁବାର ମହାରାଷ୍ଟ୍ରର ଜାଲନା ଅଞ୍ଚଳରେ ଆୟକର ବିଭାଗ ପକ୍ଷରୁ ୫ ବିଜ୍ନେସ୍ ଗ୍ରୁପ୍ର ଠିକଣା ଉପରେ ଏକସଙ୍ଗେ ଚଢ଼ଉ କରାଯିବା ଏବଂ ଏଥିରେ ପ୍ରାୟ ୩୯ଠ କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିକୁ ଜବତ କରାଯିବା ଭଳି ସୂଚନା ହସ୍ତଗତ ହୋଇଛି । ସମ୍ପତ୍ତି ମଧ୍ୟରେ ୫୮ କୋଟି ଟଙ୍କାର କେବଳ ନଗଦ ଅର୍ଥରାଶି ଜବତ କରାଯାଇଛି । ସେହିପରି ୩୨କେଜି ସୁନା ଅଳଙ୍କାର, ୧୬ କୋଟି ଟଙ୍କା ମୂଲ୍ୟର ହିରା, ମୋତି ଆଦି ଦୁର୍ମୂଲ୍ୟ ଧାତବ ଅଳଙ୍କାର ମଧ୍ୟ ଜବତ ସମ୍ପତ୍ତି ତାଲିକାରେ ସାମିଲ ରହିଛି । ଆୟକର ବିଭାଗ କର୍ମକର୍ତ୍ତାଙ୍କୁ ଜବତ ହୋଇଥିବା ନଗଦ ଅର୍ଥରାଶିକୁ ଗଣିବା ପାଇଁ ମେସିନ୍ର ଆବଶ୍ୟକତା ପଡିଥିବା ବେଳେ ପ୍ରାୟ ୧୩ ଘଣ୍ଟା ପର୍ଯ୍ୟନ୍ତ କେବଳ ଗଣତି ପ୍ରକ୍ରିୟା ଚାଲିଥିଲା ।
ଆୟକର ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଏସ୍ଆର୍ଜେ ଷ୍ଟିଲ୍, କାଲିକା ଷ୍ଟିଲ୍, ଏକ କୋ-ଅପରେଟିଭ୍ ବ୍ୟାଙ୍କ୍, ଫାଇାନାନ୍ସର ବିମଳ ରାଜ ବୋରା, ଡିଲର ପ୍ରଦୀପ ବୋରାଙ୍କ ମାଲିକାନାରେ ଥିବା ଫ୍ୟାକ୍ଟ୍ରି, ଘର ଏବଂ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଚଢ଼ଉ କରାଯାଇଥିଲା । ଗତ ୧ ତାରିଖରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ଏହି ଚଢ଼ଉ ସମକାଳୀନ ଅଭିଯାନ ଅନ୍ତର୍ଗତ ଜାରି ରହିଥିଲା । ଏହି ଚଢ଼ଉ ଅଭିଯାନରେ ଆୟକର ବିଭାଗର ପ୍ରାୟ ୨୬ଠ ଅଧିକାରୀ ସାମିଲ ହୋଇଥିଲେ । ଏଥିପାଇଁ ୧୨ଠଟି ଗାଡ଼ିର ବ୍ୟବହାର କରାଯାଇଥିଲା । ଆଜିକୁ ୪ ଦିନ ପୂର୍ବେ ଏହି ଚଢ଼ଉ ଅଭିଯାନ ଶେଷ ହୋଇସାରିଥିବା ବେଳେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଏସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଆୟକର ଅଧିକାରୀମାନେ ଛଦ୍ମବେଶରେ ଏହି ଚଢ଼ଉ ଅଭିଯାନ କରିଥିଲେ । ଏମାନେ ନିଜକୁ ବରଯାତ୍ରୀ ଭାବେ ଦର୍ଶାଇଥିଲେ ଏବଂ ‘ଦୁଲହନିଆ ହମ୍ ଲେ ଯାଏଁଗେ’ ନାମରେ ଏକ କୋଡ୍ ୱାଡ୍ ବ୍ୟବହାର କରିଥିଲେ ଯେଉଁଥିପାଇଁ ଏପ୍ରକାର ଚଢ଼ଉ ସମ୍ପର୍କରେ କେହି ଜାଣିପାରିନଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *