ଚିନ୍ତାରେ ଚାଷୀକୁଳ

ଶହ ଶହ ଏକର ଧାନ ପଚିଲା
ବୈଶିଙ୍ଗା (ଆପ୍ର): ଏକ ସପ୍ତାହ ଧରି ଲଗାଣ ବର୍ଷା ଚାଷୀଙ୍କୁ କନେ୍ଦଇ ସାରିଲାଣି । ତଳିଆ ଅଞ୍ଚଳରେ ଯେଉଁ ଚାଷୀମାନେ ପାଣି ଭୟରେ ବର୍ଷା ଋତୁ ଆରମ୍ଭରୁ ଧାନ ଗଛ ପୋତି ଦେଇଥିଲେ ସେହି ସବୁ ଅଞ୍ଚଳ ପ୍ରାୟ ଏକ ସପ୍ତାହ ଧରି ଜଳ ମଗ୍ନ ହୋଇ ରହିଛି । ସମୁଦ୍ରରେ ପୂର୍ଣ୍ଣମୀ ଜୁଆର ଯୋଗୁ ପାଣି ଟାଣୁ ନ ଥିବାରୁ ଧାନ ଗଛ ଉପରେ ୧/୨ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି ।
ପାଣିପାଗର ସୂଚନା ଅନୁଯାଇ, ୧୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଫଳରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ହେବ । ଯାହାଦ୍ୱାରା ଚାଷୀଙ୍କ ବର୍ଷକର ଖାଦ୍ୟ ଉଜୁଡ଼ି ଯିବାର ସମ୍ଭାବନା ଦେଖାଦେଇଛି ।
ବିଶେଷ କରିି ବୈଶିଙ୍ଗା ଠାରୁ କଦଳୀଆ, ପଣସିଆ, ଦୁର୍ଗାପୁର, ଗଡ଼ଦେଉଳିଆ ଓ କଳମା ପର୍ଯ୍ୟନ୍ତ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି । କେତେକାଂଶରେ ବାଲିଚର ପଡ଼ିବା ସହିତ ଧାନଗଛ ଧୋଇଯାଇ ଥିବା ଦେଖାଦେଇଛି । ପ୍ରଶାସନ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ଦାବି କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *