ଧୋଇଗଲା ଅସ୍ଥାୟୀପୋଲ, ଦୁଇ ଗାଁ ବିଛିନ୍ନ

ଲଗାଣ ବର୍ଷାରେ ଜମି ବୁଡିଲା
ନରସିଂହପୁର (ଆପ୍ର): ଚଳିତ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ଯେଗୁଁ ନରସିଂହପୁର ବ୍ଲକ ଅର୍ନ୍ତଗତ ଶତାଧିକ ଚାଷୀଙ୍କର ହଜାର ହଜାର ଏକରଜମି ଏବେ ଜଳମଗ୍ନ ହୋଇ ରହିଛି । ଯାହାଫଳରେ ଖରିଫ ଧାନ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି । ଲଘୁଚାପ ଜନିତ ବର୍ଷା ଏତେ ପରିମାଣର ରହିଛି ଯାହାଫଳରେ ଚାଷଜମିରେ ଧାନତଳି ବୁଡିଯାଇଛିି । ଦେଖିବାକୁ ଗଲେ ପ୍ରଥମରୁ ବର୍ଷାର ପରିମାଣ କମ୍ ଥିବାରୁ ଚାଷୀ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । ବ୍ଲକରେ ୧୨ ହଜାର ୮ଶହ ହେକ୍ଟର ଜମିରେ ଧାନଚାଷ ହେବାନେଇ ସ୍ଥାନୀୟ କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ଏବେ ପ୍ରାୟ ଶହ ଶହ ଏକରଜମି ପଡିଆ ପଡିରହିଛି ।
କେଉଁଠି ସରକାରୀ ଧାନ ବୁଣିଥିଲେ ମଧ୍ୟ ଗଛ ପରିବର୍ତ୍ତେ ବାଳୁଙ୍ଗା ହୋଇଛି । ଏଥିସହିତ ପଛୁଆ ବର୍ଷା ଏବଂ ବିଭିନ୍ନ କାରଣବସତ ପ୍ରାୟ ୩ ହଜାର ହେକ୍ଟର ଜମି ପଡିଆ ରହିଛି । ତେବେ ଯେଉଁ ଜମିରେ ଧାନଚାଷ ହୋଇଛି ସେଥିରୁ ପ୍ରାୟ ୨ହଜାର ହେକ୍ଟର ଜମି ୪ଦିନ ହେଲା ଧାନତଳି ପାଣିରେ ବୁଡିରହିଛି । ଏଭଳି ପରିସ୍ଥିତରେ ଚାଷୀର ବ୍ୟାପକ କ୍ଷତି ହେବା ସହିତ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି । ନରସିଂହପୁରରେ ବର୍ତ୍ତମାନ ୩୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ରହିଛି । ସେଥିରେ ପୁଣି ଏକ ଲଘୁଚାପ ବର୍ଷା ଆଜିଠାରୁ ଆରମ୍ଭ ହୋଇଛି । ଅପରପକ୍ଷରେ ବାଲିସାହି ଓ ଶରଧାପୁର ପଞ୍ଚାୟତର ନୂଆଗାଁ- ଚକ୍ରଗଡ ଗ୍ରାମକୁ ସଂଯୋଗ କରୁଥୁବା ଗ୍ରାମ୍ୟରାସ୍ତାର କାର୍ଯ୍ୟ ଚାଲିଥିବାବେଳେ ଏକ ଅସ୍ଥାୟୀ ରାସ୍ତା ଠିକାଦାର ନିର୍ମାଣ କରିଥିଲେ । ପ୍ରବଳ ଲଘୁଚାପ ଜନିତ ବର୍ଷା ଯେଗୁଁ ଏହି ଅସ୍ଥାୟୀରାସ୍ତାଟି ଧୋଇଯାଇଛି । ଯାହାଫଳରେ ଏଠାରେ ପ୍ରାୟ ୫ରୁ୬ ଫୁଟ ପାଣି ପ୍ରବାହିତ କରୁଥିବାରୁ ଏହିରାସ୍ତା ଦେଇ ଯାଇଥିବା ଏହି ଦୁଇ ପଞ୍ଚାୟତର ଏକାଧିକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହାର କୈାଣସି ସୁବ୍ୟବସ୍ଥା ହୋଇନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *