ବର୍ଷକରେ ମିଳିବ ନୂଆ ରୂପ

ଅଲାରନାଥଙ୍କ ଦର୍ଶନ କଲେ ୫-ଟି ସଚିବ
ବ୍ରହ୍ମଗିରି/ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଦେବାଳୟର ଉନ୍ନତିକରଣ କରାଯାଉଛି । ଏହାରି ମଧ୍ୟରେ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଅଲାରନାଥ ମନ୍ଦିର ମଧ୍ୟ ହେବ ନବକଳେବର । ୫-ଟି ସଚିବ ଭିକେ ପାଣ୍ଡିଆନ୍ ଗୁରୁବାର ଅଚାନକ ପ୍ରଭୁ ଶ୍ରୀଅଲାରନାଥ ମନ୍ଦିର ଦର୍ଶନ କରିଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନରେ ୫-ଟି ସଚିବଙ୍କ ସମେତ ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଅଲାରନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚôବା ପରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ବର୍ଷେ ଭିତରେ ମନ୍ଦିର ନୂଆ ରୂପ ପାଇବ ପ୍ରସିଦ୍ଧ ଅଲାରନାଥଙ୍କ ମନ୍ଦିର । ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନ ପରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ । ମନ୍ଦିର ନିକଟରେ ପାଣ୍ଡିଆନ୍ଙ୍କୁ ସ୍ୱାଗତ କରିଥିଲେ ସେବାୟତ । ପରେ ଅଲାରନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ୫-ଟି ସଚିବ । ମନ୍ଦିର ସୌନ୍ଦର୍ଯ୍ୟକରଣ, ପାରିପାର୍ଶ୍ୱିକ ଉନ୍ନତି ଓ ଜଳ ନିଷ୍କାସନ ସମ୍ପର୍କରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ସେ ଆଲୋଚନା କରିଥିଲେ । ବର୍ଷେ ଭିତରେ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ୍ ।
ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଅଲାରନାଥ ମନ୍ଦିର ଭିତ୍ତିଭୂମିର ବିକାଶ ସହ ଚତୁର୍ପାଶ୍ୱର୍ ଅଞ୍ଚଳକୁ ନୂତନ ରୂପ ଦିଆଯିବ । ସେଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ ଭାବେ ମନ୍ଦିର ପରିସରରେ ଜମି ରହୁଥିବା ବର୍ଷା ପାଣି କିଭଳି ନିଷ୍କାସିତ ହେବ ସେନେଇ ମାଷ୍ଟରପ୍ଲାନ୍ କରାଯାଇଛି । ତତ୍ସହିତ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ ସହ ଗାଡ଼ି ପାର୍କିଂ ପାଇଁ ସୁ-ବନେ୍ଦାବସ୍ତ କରାଯିବ । ସେହିଭଳି ମନ୍ଦିରର ଚତୁର୍ପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ କରାଯିବ ।
ଏହି ସମୟରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା, ତହସିଲ୍ଦାର୍ କାହ୍ନୁଚରଣ ଘଡ଼େଇ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ବ୍ରହ୍ମଗିରି ବ୍ଲକ୍ ବିଜେଡି ସଭାପତି ବିଦ୍ୟାଧର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡ଼ା, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଟିର ନାୟକ, ଯୁବନେତା ବିଜୟ ଦଳେଇ, ସଞ୍ଜୟ ପରିଡ଼ାଙ୍କ ସମେତ ମନ୍ଦିରର ସମସ୍ତ ସେବାୟତ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *