ମରଣଯନ୍ତା ପାଲଟିଛି ୫୩ ନମ୍ବର ଜାତୀୟ ରାଜପଥ
ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ନିକଟସ୍ଥ ବ୍ରାହ୍ମଣୀ ନଦୀ ପୋଲ ଠାରୁ ପିତିରି ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଖର୍ଷଣ ହେଉନାହିଁ । ଯାହାଫଳରେ ଲୋକଙ୍କ ଯାତାୟତ ଅତି ଜଟିଳ ହୋଇ ପଡିଛି । ଝିପିଝିପି ବର୍ଷା ହେଲେ ଗମନାଗମନ ଆହୁରି ଜଟିଳ ହୋଇପଡୁଛି । ବ୍ରାହ୍ମଣୀ ନଦୀ ପୋଲ ଠାରୁ ପିତିରି ଛକ ପର୍ଯ୍ୟନ୍ତ ୧୦/୨୦ ମିନିଟ୍ ରାସ୍ତାକୁ ପ୍ରାୟ ୧ ଘଣ୍ଟାରେ ପହଞ୍ଚିବା ସମ୍ଭବ ହୋଇନଥାଏ । ରାସ୍ତାର ବିଭିନ୍ନ ଦିଗକୁ ହଜାର ହଜାର ସଂଖ୍ୟକ ଭାରିଯାନ ଚଳାଚଳ ହେଉଥିବାରୁ ଯାତ୍ରୀବାହୀ ବସ କିମ୍ବା ଛୋଟ ଗାଡି ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି ।
ବର୍ତ୍ତମାନ ବହ୍ଲର ଛକ ଠାରୁ ଆ୍ରମ୍ଭ ହୋଇ ପରଜଙ୍ଗ ଦେଇ ସୁକିନ୍ଦା ଡୁବୁରି ଅଭିମୁଖେ ୫୩ ନମ୍ବର ଜାତୀୟ ରାଜପଥକୁ କୁନାଲ ନାମକ ଠିକା ସଂସ୍ଥା ହାତକୁ ନେଇ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ଜାରି ରହିଛି । ଏହି ନିର୍ମାଣଧୀନ ରାଜପଥ ଉପରେ ସରାଙ୍ଗ ଜଟିଆ ଛକ ନିକଟରେ ଥିବା ବ୍ରାହ୍ମଣୀ ସେତୁ ପୋଲ ନୂତନ ଭାବେ ନିର୍ମିତ ହେଉଥିବା ଓ ସମ୍ପ୍ରସାରଣ ରାଜପଥ ଏହି କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିବା ଦୃଷ୍ଟିରୁ କମ୍ପାନୀ ଏହି ଏକ ମାତ୍ର ଯାତାୟତ ରାଜପଥକୁ ସଦାବେଳ ଦୃଷ୍ଟି ଦେବାକଥା । ମାତ୍ର ମରାମତି ଦିଗରେ କମ୍ପନୀ ନିଜ କାର୍ଯ୍ୟରେ ବ୍ୟସ୍ତ ତେଣୁ ଦୟନୀୟ ରାସ୍ତା ପ୍ରତି ତାର ନଜର ନାହିଁ । ଆଉ ବିଭାଗୀୟ ଅଧିକାରୀମାନେ ରାସ୍ତାର ଅବସ୍ଥା ଦେଖି ନଦେଖିଲା ଭଳି ଚାଲି ଯାଆନ୍ତି । ବ୍ରାହ୍ମଣୀ ନଦୀ ନିକଟରେ ରହିଛି ଜବାହାରଲାଲ ନବୋଦୟ ବିଦ୍ୟାଳୟ । ଏହି ବିଦ୍ୟାଳୟ । ଏହି ବିଦ୍ୟାଳୟ ମୁଖ୍ୟ ପ୍ରବେଶ ପଥ ପାଖରେ ଯାଇଥିବା ରାଜପଥ ଉପରେ ବଡ ବଡ ଖାଲଖମା ରହିଛି । ଫଳରେ ବିଦୟାଳୟକୁ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀ, କର୍ମଚାରୀ ଓ ଗାଡିଗୁଡିକ ଅନେକ ସମସ୍ୟା ମଧ୍ୟରେ ଯାତାୟତ କରିବାକୁ ପଡିଥାଏ । ଏହି ଜଟିଆ ଛକ ନିକଟସ୍ଥ ନବୋଦୟ ବିଦ୍ୟାଳୟ ଠାରୁ ପିତିର ଛକ ପର୍ଯ୍ୟନ୍ତ ଲୋକଙ୍କ ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ରାସ୍ତାରେ ରହିଥିବା ସରାଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆଇଜିଆଇଟି କଲେଜ ଓ ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ । ତୁରନ୍ତ ଏହି ମରଣାଯନ୍ତା ରାସ୍ତାକୁ ମରାମତି କରିବାପାଇଁ ଜନସାଧାରଣରେ ଦାବୀ ହେଉଛି । ନଚେତ ଆଘାମୀ ଦିନରେ ଆନେ୍ଦାଳନ ତୀବ୍ର ରୂପ ନେବବୋଲି ଚେତାବନୀ ଦିଆଯାଇଛି ।