ଆନେ୍ଦାଳନକୁ ଓହ୍ଲାଇବ ଆପ୍
୧୫ ପୂର୍ବରୁ ନବକଳେବର ରୋଡ୍ କାମ ନ ହେଲେ
ପୁରୀ (ବୁ୍ୟରୋ): ପୁରୀରେ ୨ରୁ ୩ ଦିନ ବର୍ଷାରେ ବିଭିନ୍ନ ରାସ୍ତା ଅତ୍ୟନ୍ତ ଖରାପ ଅବସ୍ଥା ହୋଇଛି । ଏଥିରୁ ଜଣାପଡୁଛି ପୁରୀରେ କିଭଳି ଉନ୍ନତମାନର କାମ ହେଉଛି । ପୁରୀର ଏକ ସମ୍ବେଦନ ରାସ୍ତା ନବକଳେବର ରାସ୍ତା ଦୀର୍ଘ ବର୍ଷ ହେବ ଖରାପ ହୋଇ ପଡ଼ିଛି । ବାରମ୍ବାର ନିମ୍ନମାନର ମରାମତି ଯୋଗୁ ଅଠରନଳାରୁ ମାଟିଆପଡ଼ା ପର୍ଯ୍ୟନ୍ତ ଢିପଖାଲରେ ଭର୍ତ୍ତି ହୋଇ ରହିଥିଲା । ପୁରୀ ଲୋକଙ୍କ ଆଶା ଥିଲା ସରକାର ଏବର୍ଷ ରଥଯାତ୍ରା ପୂର୍ବରୁ ରାସ୍ତା ସମ୍ପୂର୍ଣ୍ଣ ନିର୍ମାଣ କରିବେ, କିନ୍ତୁ ରଥ ପୂର୍ବରୁ ରାସ୍ତାରେ ଅଲଗା କାମ କରି ରାସ୍ତାକୁ ଆହୁରି ଖୋଳି ସେମିତି ପକେଇ ଦିଆଯାଇଥିଲା । ଏହି ରାସ୍ତାରେ ପୁରୀରୁ ପ୍ରତିଦିନ ୧୦୦ରୁ ଊଦ୍ଧ୍ୱର୍ ବସ୍ ଚଳାଚଳ କରୁଥିବାବେଳେ ସ୍କୁଲ ପିଲା ଏବଂ ଅନ୍ୟାନ୍ୟ ଗାଡ଼ି ଯାତାୟାତ ହେଉଛି । ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ଓ ଗୋଡ଼ି ପଡ଼ିଛି ଯାହାଦ୍ୱାରା ଛୋଟମୋଟ ଦୁର୍ଘଟଣା ଘଟୁଛି ।
ପୁରୀରେ ପୌରନିର୍ବାଚନ ନ କରି ଜନପ୍ରତିନିଧି ନ ରଖି ଲୋକଙ୍କୁ ପ୍ରଶାସନ ଏଭଳି ବିପଦ ଅବସ୍ଥାରେ ଛାଡ଼ିଦେବା ପୁରୀବାସୀଙ୍କୁ ଅସହାୟ ଅନୁଭବ ହେଉଛି । ଲୋକଙ୍କ ଅଭିଯୋଗକ୍ରମେ ଆମ୍ ଆଦ୍ମୀ ପାର୍ଟି ପ୍ରତିନିଧି ରାସ୍ତା ବୁଲି ଦେଖି ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଏବଂ ଆସନ୍ତା ୧୫ ପୂର୍ବରୁ ଏହି ରାସ୍ତା କାମ କରିବାକୁ ଜିଲ୍ଲା ପ୍ରଶାସନକୁ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଯଦି ସମୟସୀମା ମଧ୍ୟରେ ନ ହୁଏ ତେବେ ଆପ୍ ପୁରୀବାସୀଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
