ମିନିଷ୍ଟାଡିୟମ୍ ଜଳମଗ୍ନ
ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ
ଆସିକା (ଆପ୍ର): ଏନଏସି ଅଧୀନ ହରିହର ହାଇସ୍କୁଲ ପରିସରରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର ଅନୁଦାନରେ ନିର୍ମିତ ହୋଇଥିବା ମିନିଷ୍ଟାଡିୟମ୍ ପରିସରରେ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇ ନ ଥିବା ଯୋଗୁଁ ବର୍ଷାରେ ମିନିଷ୍ଟାଡିୟମ୍ର ଖେଳ ପଡ଼ିଆ ଜଳମଗ୍ନ ହୋଇଛି । ନିମ୍ନମାନର କାମ ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇପାରୁନି ବୋଲି ସାଧାରଣରେ ଆଲୋଚିତ ହେଉଛି । ଖାଲୁଆ ସ୍ଥାନରେ ମାଟି ପକାଇ ସମତଳ କରାଯାଇ ନ ଥିବା ଯୋଗୁଁ ଆସରାଏ ବର୍ଷାରେ ଜଳ ନିଷ୍କାସିତ ହୋଇ ନ ପାରି କୁତ୍ରିମ ବନ୍ୟା ପରିସ୍ଥିତ ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ସମତଳ କରିବା ସହ ଜଳ ନିଷ୍ଟାସନ ପଥକୁ ବ୍ୟବସ୍ଥିତ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।