ବିନା ଫଳକରେ ପାଣିଟାଙ୍କି ନିର୍ମାଣ

‘ବସୁଧା’ ଥାଇ ପୁଣି ପାନୀୟଜଳ ପ୍ରକଳ୍ପକୁ ବିରୋଧ
ଯାଜପୁର ସଦର (ଆପ୍ର): ସରକାର ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ନାନା ଯୋଜନା ଜରିଆରେ ମେଗା ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି । ମାତ୍ର ଏହାର ଠିକା ନେଇଥିବା ଠିକା କମ୍ପାନୀମାନଙ୍କର ମନମୁଖି ନିମ୍ନମାନର କାମ ପାଇଁ ବହୁ ଲୋକେ ଏହି ଯୋଜନାର ସୁଫଳ ପାଇପାରୁନାହାନ୍ତି । ଏହିପରି ଭାବେ ଯାଜପୁର ବ୍ଲକ୍ ଶ୍ୟାମଦାସପୁର ପଞ୍ଚାୟତ କଳସପୁରରେ ନିର୍ମାଣାଧୀନ ଥିବା ଏକ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକଟ କରିଛନ୍ତି ।
ପ୍ରକାଶ ଯେ କଳସପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନା ପୂର୍ବରୁ ରାଜ୍ୟ ସରକାର ‘ବସୁଧା’ ଯୋଜନା ମାଧ୍ୟମରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଇ ଆସୁଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନା ପୁଣି କେଉଁ ସ୍ୱାର୍ଥରେ ନିର୍ମାଣ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି । ବସୁଧା ଅଧୀନ ପ୍ରକଳ୍ପ ନିର୍ମାଣ ପରଠୁ ଏହାର ଚାଳକ ଆଜି ପର୍ଯ୍ୟନ୍ତ ଦରମା ପାଇନଥିବା ବେଳେ ଏବେ ଏହି ମେଗା ପାନୀୟ ଜଳ ଯୋଗୁ ଅଞ୍ଚଳରେ ବସୁଧା ଯୋଜନା ଠପ୍ ହୋଇଯିବା ସମ୍ଭାବନା ଉପୁଜିଛି । ତେବେ ବସୁଧା ଯୋଜନାରେ ସବୁ ଗାଁରେ ପାଇପ ବିଛାଇ ପ୍ରତି ଘରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମେଗା ପ୍ରକଳ୍ପର ଠିକା ନେଇ ଥିବା ସଂସ୍ଥା ପୁଣିଥରେ ମାଟି ଖୋଳି ପାଇପ୍ ପୋତା କାମ କରିଛି । ଫଳରେ ପୂର୍ବରୁ ପଡ଼ିଥିବା ପାଇପ୍ଗୁଡ଼ିକ ଫାଟି ଯାଇଥିବାରୁ ବସୁଧା ଅଧୀନରେ ଥିବା ପ୍ରକଳ୍ପରୁ ବିଭିନ୍ନ ଗାଁକୁ ଆଉ ପାଣି ଆସିପାରୁନାହିଁ । ଠିକା କମ୍ପାନୀ କାହାର ପରାମର୍ଶ ନ ନେଇ ମନଇଚ୍ଛା ଏଭଳି କାର୍ଯ୍ୟ କରୁଥିବାରୁ ଅଞ୍ଚଳଲୋକେ ଅସନ୍ତୋବ୍ୟକ୍ତ କରିଛନ୍ତି ।
ଅପରପକ୍ଷେ ଏହି ମେଗା କମ୍ପାନୀ ପାଇପ ବିଛା କାର୍ଯ୍ୟ ଠାରୁ ଆରମ୍ଭ କରି ଓଭର ହେଡ୍ ଟାଙ୍କି ନିର୍ମାଣ ଭଳି କୋଟି କୋଟି ଟଙ୍କାର ପ୍ରକଳ୍ପ କରୁଥିଲେ ମଧ୍ୟ ସୂଚନା ଫଳକ ଲଗାଇ ନାହିଁ । ଫଳରେ ଏହି ପ୍ରକଳ୍ପ ଅଟକଳ ରାଶି କେତେ ଏବଂ ଏହାର ଅବଧି ସମ୍ପର୍କରେ ଲୋକେ ସମ୍ପୂର୍ଣ୍ଣ ଅଜ୍ଞ । ସେହିପରି ଏହି କମ୍ପାନୀ ୩ ଫୁଟ ପରିବର୍ତ୍ତେ କେଉଁଠି ୨ ଫୁଟ ତ ଆଉ କେଉଁଠି ଦେଢ଼ଫୁଟ ତଳେ ପାଇପ୍ ବିଛାଇଛି । ଖାଲି ଏତିକି ନୁହେଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଢଳେଇ ଓ ପିଚୁ ରାସ୍ତା ଗୁଡ଼ିକ ତାଡ଼ି ପକାଇଛି । ଏଣୁ ସମ୍ପୃକ୍ତ କମ୍ପାନୀ ତୁରନ୍ତ ନଷ୍ଟ ହୋଇଥିବା ବସୁଧା ପାଇପ ଏବଂ ରାସ୍ତା ମରାମତି ନକଲେ ଲୋକେ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *