ବଦଳିଲା ଅଗ୍ନିଶମ ନିଦେ୍ର୍ଦଶାଳୟ ନାଁ

ଭୁବନେଶ୍ୱର (ବୁ୍ୟରୋ): ଓଡିଶା ଅଗ୍ନିଶମ ନିଦେ୍ର୍ଦଶାଳୟର ନାମ ପରିବର୍ତ୍ତନ କରାଯାଇଛି । ବୁଧବାର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀଙ୍କ ବାର୍ଷିକ ଅଧିବେଶନ-୨୦୨୨ରେ ନିର୍ଦ୍ଦଶାଳୟ ଦ୍ୱାରା ଏହାର ନାମ ପରିବର୍ତ୍ତନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଘରୋଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ବର୍ଦ୍ଧିତ ଜନସଂଖ୍ୟା, ଦୃତ ସହରୀକରଣ, ଶିଳ୍ପାୟନ ଓ ଆଗାମୀ ଦିନଗୁଡ଼ିକରେ ପ୍ରତିକ୍ଷେତ୍ରରେ ଅଟୋମେସନ ଓ କୃତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ ଜନସାଧାରଣଙ୍କୁ ଜଟିଳ ପରିସ୍ଥିତିରେ ପକାଇବ । ତେଣୁ ରାଜ୍ୟରେ ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ୱରିତ ମୁକାବିଲା ଲାଗି ଅତ୍ୟାଧୁନିକ ଜ୍ଞାନକୈଶଳ ସହ ଅନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ, ସୁବିଧାସମ୍ପନ୍ନ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ବର୍ତ୍ତମାନ ଅତି ଉଚ୍ଚ ଅଟ୍ଟାଳିକା ତଥା ଉଚ୍ଚ ନିର୍ମାଣ ଲାଗି ଅଗ୍ନିସୁରକ୍ଷା କୋଡ୍ ଅନୁପାଳନର ତଦାରଖ କରିବା ଅପରିହାର୍ଯ୍ୟ ବୋଲି ସେ ମତ ଦେଇଛନ୍ତି ।
ସମ୍ମାନୀୟ ଅତିଥି ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଅଗ୍ନିଶମ ଅଧିକାରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ । ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାରଙ୍କ ‘ଜିରୋ କାଜୁଆଲିଟି’ର ପ୍ରତିବଦ୍ଧତାକୁ ଅଗ୍ନିଶମ ସେବା ଆହୁରି ଦୃଢ଼ କରି ପାରିଥିବାରୁ ସାଧୁବାଦ ଜଣାଇ ଥିଲେ । ଅଗ୍ନିଶମ ସେବାର ଅତ୍ୟାଧୁନିକୀକରଣ ଲାଗି ଅର୍ଥ କେବେ ବି ବାଧକ ସାଜିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ ।
ଅଗ୍ନିଶମ ବାହିନୀ ମହାନିଦେ୍ର୍ଦଶକ ସନ୍ତୋଷ କୁମାର ଉପାଧ୍ୟୟ ଅନ୍ୟ ଶିଳ୍ପାଞ୍ଚଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ । ଏହା ବ୍ୟତୀତ ଭବିଷ୍ୟତରେ ଅତିଉଚ୍ଚ ନିର୍ମାଣର ସୁରକ୍ଷା, ରେଳ ଓ ମେଟ୍ରୋ ଅଘଟଣ, ସାମୂଦ୍ରିକ ତୈଳ ବିତ୍ସୁରଣ ମୁକାବିଲା କ୍ଷେତ୍ରରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ ଅଧୀକାରୀଙ୍କୁ ଉପଦେଶ ଦେଇଥିଲେ ।
ଅଧିବେଶନରେ ଅଗ୍ନି, ବିପତ୍ତି ଓ ମଣିଷ ଉପରେ ତା’ର ମନୋ- ବୈଜ୍ଞାନିକ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା । ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ନିଅାଁ ପ୍ରତିରୋଧ ଲାଗି ମୁକାବିଲା ଓ ଜନସଚେତନତାର ଆବଶ୍ୟକତା ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା । ଅଗ୍ନିଶମ ଅଧିକାରୀ ଅଗ୍ନି ନିରୋଧ, ପ୍ରତିରୋଧ ସହ ଅନେକ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥି ଫାୟାର ସର୍ଭିସ ନୁ୍ୟଜ ବୁଲିଟିନ୍ ଓ ଟେଲିଫୋନ ଡିରେକେଫାରୀ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଅଗ୍ନିଶମ ମହାନିଦେ୍ର୍ଦଶକ ଡ. ସୌମ୍ୟା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *