ଗାଡ଼ି ଜାଳିଲେ, ଫାଟକକୁ ଖଣ୍ଡାରେ ହାଣିଲେ
ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ
ପୁରୀ (ବୁ୍ୟରୋ): ପୁରୀ ସଦର ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍କଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଗୋଟିଏ ପରିବାରକୁ ବାରମ୍ବାର ଆକ୍ରମଣ ଓ ବୋମାମାଡ଼ ହୋଇଥିଲେ ମଧ୍ୟ ପୁଲିସ୍ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁଣି ଦୁର୍ବୃତ୍ତ ଉକ୍ତ ବ୍ୟକ୍ତିଙ୍କ ଘର ଉପରେ ଆକ୍ରମଣ କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ମୁକୁନ୍ଦମିଶ୍ରନଗରର ବାପି ଖୁଣ୍ଟିଆଙ୍କ ଦାଣ୍ଡ ଦୁଆରେ ଥିବା କାର୍କୁ ୨ ଦୁର୍ବୃତ୍ତ ଜାଳିଦେବା ସହ ଖଣ୍ଡାରେ ଗେଟ୍ ଫାଟକକୁ ହାଣି ଦେଇଛନ୍ତି । ଯାହାଫଳରେ କାର୍ଟି ସମ୍ପୂର୍ଣ୍ଣ ଜଳିଯିବା ସହ ଫାଟକ ଖଣ୍ଡବିଖଣ୍ଡିତ ହୋଇଯାଇଛି । ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ସଦର ଥାନା ପୁଲିସ୍ ପହଞ୍ଚô ଛାନ୍ଭିନ୍ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି ।
ସୂଚନାଥାଉକି, ବାପି ଖୁଣ୍ଟିଆଙ୍କ ଘର ଉପରକୁ ଗତ ଏକମାସ ତଳେ ଦୁଇ ଦୁର୍ବୃତ୍ତ ଘନ ଘନ ବୋମାମାଡ଼ କରିଥିଲେ । ଠିକ୍ ଏହାର ମାସକ ପରେ ପୁଣି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି । ପୁଲିସ୍ର ଅବହେଳା ଯୋଗୁ ବାପିଙ୍କ ଘର ଉପରକୁ ବାରମ୍ବାର ଦୁର୍ବୃତ୍ତ ଆକ୍ରମଣ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।