ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର ନିଦେ୍ର୍ଦଶ

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି
ନୂଆଦିଲ୍ଲୀ (ଏଜେନ୍ସି): ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ନୂପୁର, ତାଙ୍କ ବିରୋଧରେ ଦେଶର ବିଭିନ୍ନ ପ୍ରାନ୍ତରେ ରୁଜୁ ହୋଇଥିବା ପ୍ରାୟ ୯ଟି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବୁଧବାର ଏହି ମାମଲା ଶୁଣାଣି କରି ସୁପ୍ରିମକୋର୍ଟ ଏହାକୁ ମଞ୍ଜୁରି ଦେଇଛନ୍ତି । ଏତଦ୍ବ୍ୟତୀତ ଗତ ଶୁଣାଣି ସମୟରେ ହିଁ ମାମଲାର ତଦନ୍ତ ତଥା ଶୁଣାଣି ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ମଧ୍ୟରେ ସୁପ୍ରିମକୋର୍ଟ ରୋକ୍ ଲଗାଇଦେଇଛନ୍ତି । ଫଳରେ ନୂପୁର ଶର୍ମାଙ୍କୁ ବଡ ଆଶ୍ୱସ୍ତି ମିଳିଛି ।
ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନୂପୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ତାଙ୍କ ବିରୋଧରେ ଯେଉଁଠି ଯେତେ ମାମଲା ରୁଜୁ ହୋଇଛି ସେସବୁକୁ ପୃଥକ୍ ପୃଥକ୍ ଶୁଣାଣି କରାଯିବା ବଦଳରେ ସେସବୁକୁ ଏକାଠି କରି ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ମାମଲାର ଗମ୍ଭୀରତାକୁ ଦୃଦ୍ବୋଧ କରିବା ସହ ନୂପୁରଙ୍କ ଦାବି ଯଥାର୍ଥ ବୋଲି ନିଜ ରାୟରେ କହିଛନ୍ତି । ଏଥିସହ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅର୍ଥାତ୍ ଏହି ମାମଲାର ତଦନ୍ତ ଏଣିକି କେବଳ ଦିଲ୍ଲୀ ପୁଲିସ୍ କରିବ । ଅନ୍ୟପକ୍ଷେ ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି, ତଦନ୍ତକାରୀ ଏଜେନ୍ସି ଉପରେ କୌଣସି ସର୍ତ୍ତ ରଖିବା ଠିକ୍ ନୁହେଁ । ଯଦି ଆଇଏଫ୍ଏସ୍ଓ ସହାୟତାର ଆବଶ୍ୟକତା ଥିବ ଅନୁଭବ କରେ ତେବେ ଏଥିପାଇଁ ସହାୟତା ନେଇପାରିବ ।
ଉଲ୍ଲେଖଯୋଗ୍ୟ ଯେ, ଗତ ମେ ୨୬ରେ ଏକ ଟିଭି ବିତର୍କରେ ଯୋଗଦେବା ଅବସରରେ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ କେତେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଦେଶବ୍ୟାପୀ ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷେ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସହ ୮ ରାଜ୍ୟରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *