ଅବହେଳିତ ମାଟିଆ ସାହିର ୮୦ ପରିବାର

ରଘୁନାଥପୁର (ଆପ୍ର): ବିଦ୍ୟାଧରପୁର ପଞ୍ଚାୟତର ମାଟିଆ ସାହିର ବସ୍ତିବାସିନ୍ଦା ବହୁ ଅବହେଳିତ ଭାବେ ଜୀବନଯାପନ କରୁଛନ୍ତି । ସୂଚନାଯୋଗ୍ୟ, ଏହି ବସ୍ତିର ଲୋକମାନେ କଟକ ପାରାଦୀପ ତାଳଦଣ୍ଡା କେନାଲ ଖନନ ସମୟରୁ ନିଜର ବସ୍ତି ବାନ୍ଧି ବିଦ୍ୟାଧରପୁର ପଞ୍ଚାୟତରେ ରହୁଛନ୍ତି । ଏହି ବସ୍ତିର ଲୋକମାନେ ଜନଜାତି ସମ୍ପ୍ରଦାୟର ଅଟନ୍ତି । ବସ୍ତିରେ ସରକାରୀ ତଥ୍ୟ ମୁତାବକ ପ୍ରାୟ ୮୦ ପରିବାରର ରହୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତିର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପ୍ରଶାସନର ଅବହେଳା ଯୋଗୁ ବିଭିନ୍ନ ମୌଳିକ ଯୋଜନାରୁ ଏମାନେ ବଞ୍ଚିତ ହେଉଥିବାର ଅଭିଯୋଗ ହୋଇଛି । ଏଠାକାର ରାସ୍ତା ଘାଟଗୁଡିକ ଆବର୍ଜନା ପୂର୍ଣ୍ଣ ଓ ଅସ୍ୱାସ୍ଥ୍ୟକର ପରିବେଶରେ ଝାଟିମାଟି ଚାଳଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତୁଛି ଏହି ବସ୍ତିବାସିନ୍ଦାଙ୍କ । ସରକାରଙ୍କର ଯୋଜନା ମଧ୍ୟରୁ ରାସନକାର୍ଡ, ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଭଳି ମୌଳିକ ଯୋଜନାମାନ କିଛି ପରିବାରକୁ ମିଳିପାରି ନ ଥିବା ବସ୍ତିର ରାଜୁ ପ୍ରଧାନ, ମହନି ପ୍ରଧାନ, ବାବାଜୀ ପ୍ରଧାନ, ଶାନ୍ତି ପ୍ରଧାନ, ବିଜୟ ପ୍ରଧାନ, କୌଳାସ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଏହି ବସ୍ତିକୁ ସଂଯୋଗ କରୁଥିବା ପ୍ରଧାନସାହି ମଲ୍ଲୀଗଡ ସରଦଣ୍ଡା ଆର୍ଡି ରାସ୍ତା ସଂଯୋଗ ହୋଇଥିବା ବେଳେ ଏହା ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି । ଏହି ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ ଉନ୍ନୟନ ବିଭାଗକୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ନଜର ଦେଉନାହାଁନ୍ତି । ଭୋଟ୍ ସମୟରେ କେବଳ ମାଳମାଳ ନେତା ଭୋଟ୍ ଭିକ୍ଷା ପାଇଁ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇଆସୁଥିଲେ ମଧ୍ୟ ତାହା କେବଳ କଥାରେ ରହିଯାଉଛି । ଏ ସମ୍ପକରେ ବିଦ୍ୟାଧରପୁର ସରପଞ୍ଚ ସାହେବା ତବସୁମ୍ଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ସଂପର୍କରେ ମୁଁ ତିର୍ତ୍ତୋଲ ବିଧାୟକ, ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଯଥା ସମ୍ଭବ ସମସ୍ତ ସରକାରୀ ଯୋଜନା ସେମାନଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *