ଆଦିବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଦୃଷ୍ଟି ଅଛି

ବିଜେଡିର ନିଆରା ଆଦିବାସୀ ଦିବସ
ଭୁବନେଶ୍ୱର (ବୁ୍ୟରୋ): ନିଆରା ଢଙ୍ଗରେ ବିଶ୍ୱ ଆଦିବାସୀ ଦିବସ ପାଳିଛି ବିଜୁ ଜନତା ଦଳ (ବିଜେଡି) । ଆଦିବାସୀ ଅଧିକାର ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ଦିବସ ପାଳନ କରାଯାଉଥିବାବେଳେ ଆଦିବାସୀଙ୍କ ପାରମ୍ପରିକ ନାଚଗୀତ ପରିବେଷଣ ହେଉଛି । ସେମାନଙ୍କ ସଭ୍ୟତା ଓ ବେଶଭୂଷା ଝଲକ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଓ ଭବ୍ୟ କାର୍ଯ୍ୟକ୍ରମରେ ବହୁ ନେତା ଓ କର୍ମୀ ଉପସ୍ଥିତ ରହିବା ସହ ବିଶ୍ୱ ଆଦିବାସୀ ଦିବସର ମହତ୍ତ୍ୱ ଓ ଆକାଙ୍ଖା ପ୍ରତିପାଦିତ କରିଛନ୍ତି ।
ଏବେଠାରୁ ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରି ବିଜେଡି ନେତା ଆଦିବାସୀଙ୍କ ସମସ୍ୟା ବୁଝିବେ । ଏଥିପାଇଁ ଦଳ ମୁଖିଆ ନବୀନ ପଟ୍ଟନାୟକ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁବେଳେ ବିଶେଷ ଦୃଷ୍ଟି ଦେଇଥିବା ଏହି ଅବସରରେ ପ୍ରକାଶ ପାଇଛି । ପାଠପଢାରୁ ଆରମ୍ଭ କରି ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କିଛି ଦିନ ତଳେ ରାଷ୍ଟ୍ରପତି ତଥା ଓଡ଼ିଶାର ଆଦିବାସୀ ଝିଅ ଦ୍ରେପଦୀ ମୁର୍ମୁଙ୍କ ବିଜୟ ପାଇଁ ନବୀନ ଯେଉଁ ପଦକ୍ଷେପ ନେଇଥିଲେ, ତାହା ସାରା ବିଶ୍ୱ ଦେଖିଛି । ଅପହଞ୍ଚ ଆଦିବାସୀ ଅଞ୍ଚଳକୁ ବିଦୁ୍ୟତ୍ ସେବାରୁ ଆରମ୍ଭ କରି ଡାକ୍ତର ନିଯୁକ୍ତି କରାଯାଇଛି । ସ୍ୱାଭିମାନ ଅଞ୍ଚଳର ବିକାଶ କଥା ଏବେ କାହାକୁ ଅଛପା ନାହିଁ । କୋଭିଡ ଯୋଗୁ ଦୁଇ ବର୍ଷ ହେବ ଏହାକୁ ପାଳନ କରାଯାଇନଥିଲା । ଚଳିତବର୍ଷ କିନ୍ତୁ ସରକାରୀସ୍ତରରୁ ଆରମ୍ଭ କରି ଦଳୀୟ ଭିତ୍ତିରେ ଏହାକୁ ପାଳନ ଧୁମଧାମରେ ପାଳନ କରାଯାଉଥିବା ଏହି ଅବସରରେ ପ୍ରକାଶ ପାଇଛି ।
ସେପଟେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ଜୋର ଧରିଛି ରାଜନୀତି । ଗତବର୍ଷ ୨୦୧୯ ପରି ୨୦୨୪ ନିର୍ବାଚନରେ ଓଡ଼ିଶାରେ ୧୨୦ ପ୍ଲସ ନାରା ଦେଇଛନ୍ତି ବିଜେପି ଚାଣକ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ । ସଂଗଠନ ସୁଦୃଢ କରି ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଶାହ । ରାଜ୍ୟ ବିଜେପି ନେତାଙ୍କୁ ଶାହାଙ୍କ ଟାସ୍କକୁ ନେଇ କଟାକ୍ଷ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ଥିବା ଯାଏଁ ଓଡ଼ିଶାରେ କେବଳ ବିଜେଡି ଜିତିବ ଓ ଶଙ୍ଖ ବାଜିବ ବୋଲି ବିଜେଡି ନେତା କହିଛନ୍ତି । ବିଜେଡି ବିଧାୟକ ସୁଦାମ ମାରାଣ୍ଡି କହିଛନ୍ତି, ବିଜେପି ଦିବା ସ୍ୱପ୍ନ ଦେଖୁଛି । ୧୨୦ ପ୍ଲସ ଓଡ଼ିଶାରେ କେବେ ସମ୍ଭବ ନୁହେଁ । ଯେପ୍ର୍ୟ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବେ ସେ ପର୍ଯ୍ୟନ୍ତ ତ ନୁହେଁ ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି ।
ରାଜ୍ୟର ବିକାଶ ଧାରାରେ ଜନସାଧାରଣ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ସାମିଲ ହୋଇଛନ୍ତି । ଗତଥର ମଧ୍ୟ ବିଜେପି ୧୨୦ କଥା କହୁଥିଲେ । ଫଳ ସମସ୍ତେ ଦେଖିଲେ । ସେହିପରି ବିଜେପିର ୧୨୦ ଆଶା ଏଥର ବି ପୁରା ହେବନାହିଁ ବୋଲି ଶ୍ରୀ ମାରାଣ୍ଡିୀ କହିଛନ୍ତି । ସେହିପରି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମୁଁ ଜ୍ୟୋତିଷ ନୁହେଁ । ଦେଶ ଓ ରାଜ୍ୟର ଜନସାଧାରଣ ଯାହା ନିଷ୍ପତ୍ତି ନେବେ । ବିଜେଡି ଗଣତାନ୍ତ୍ରିକ ପ୍ରକ୍ରିୟାରେ ରହିଛି । ଲୋକଙ୍କ ରାୟ ସର୍ବମାନ୍ୟ ବୋଲି କହିଛନ୍ତି । ଆୟୋଜିତ ଏହି ଆଦିବାସୀ ଦିବସରେ ବିଜେଡ଼ିର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ପାରମ୍ପାରିକ ନୃତ୍ୟ ସଙ୍ଗୀତ ପରିବେଷିତ ହୋଇଥିଲା । ଶିଳ୍ପୀଙ୍କ ତାଳେ ତାଳେ ବିଜେଡି ମନ୍ତ୍ରୀ, ବିଧାୟକ, ମେୟର ସମସ୍ତେ ଝୁମିଥିବା ନଜରକୁ ଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *