ରାଜ୍ୟସାରା ବର୍ଷା ବିତ୍ପାତ

ଭୁବନେଶ୍ୱର, ୯ା୮ (ବୁ୍ୟରୋ): ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇଛି । ଏହା ଓଡ଼ିଶା ଉପକୂଳ ପାଶ୍ୱବର୍ତ୍ତୀ ୨୦.୮ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୫.୬ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଭୁବନେଶ୍ୱର ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଖପାଖ ଅଞ୍ଚଳରେ ଦୁର୍ବଳ ହୋଇ ପୁଣି ସୁଦୃଶ୍ୟ ଲଘୁ·ପ କ୍ଷେତ୍ରର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ ରାଜ୍ୟ ସାରା ଲଗାଣ ବର୍ଷା ଜାରିଥିବାବେଳେ ଏବେ ବିଭିନ୍ନ ଜିଲ୍ଲାରେ ବର୍ଷା ବିତ୍ପାତ୍ତ ନଜରକୁ ଆସିଛି । ଲଘୁ·ପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ଜିଲ୍ଲା ବେହାଲ ହୋଇପଡ଼ିଥିବାବେଳେ ମାଲକାନଗିରିରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାଲକାନଗିରି ମୋଟୁ ସୀମା କୋଇଗୁରୁ ଅଞ୍ଚଳରେ ଭରା ନଦୀରେ ଯାତ୍ରୀବାହୀ ବସ୍ ପାରି ହେଉଥିବା ଚିତ୍ର ସାମନାକୁ ଆସିଛି । ନଦୀର ଜଳସ୍ତର ବଢୁଥିବାବେଳେ ବିପଦସଙ୍କୁଳ ଅବସ୍ଥାରେ ଏହି ଯାତ୍ରୀବାହୀ ବସ୍ ଓ ଟ୍ରକ୍ ପାର ହେଉଥିବା ଦେଖିବାକୁ ମିଳିଛି । ତେବେ ମୋଟୁ ଦେଇ ହାଇଦ୍ରାବାଦ ଓ ଦକ୍ଷିଣ ଭାରତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।
ସେପଟେ ଗଞ୍ଜାମ ପୋଲସରାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଛାଡୁନାହିଁ । ଡୁଙ୍ଗୁରି ଗାଁର ରାସ୍ତା ଉପରେ ଦୁଇ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି । ସେହିଭଳି କୋର୍ଣାକ-ପୁରୀ ବେଳାଭୂମି ନିକଟରେ କୁଳ ଲଂଘୁଛି ଅଶାନ୍ତ ସମୁଦ୍ର । ବର୍ଷାରେ ସତ୍ୱେ ପର୍ଯ୍ୟଟକଙ୍କ ଭିଡ଼ ରହୁଥିବା ଇକୋ ରିଟ୍ରିଟ ରାସ୍ତାର କିଛି ଅଂଶ ଧୋଇଯାଇଛି । ଉପକୂଳରୁ ଦକ୍ଷିଣ ଓଡିଶା ପ୍ରାୟ ସବୁ ଅଞ୍ଚଳ ବର୍ଷାରେ ବେହାଲ ହୋଇପଡ଼ିଛି । ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମୋହନା ହରଭଙ୍ଗି ନଦୀ ଜଳର ସ୍ତର ବୃଦ୍ଧି ପାଇବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନବରଙ୍ଗପୁରରେ ମଧ୍ୟ ନିର୍ମାଣଧୀନ ବ୍ରିଜରେ ୧୨ ଜଣ ଶ୍ରମିକ ଫସି ଯାଇଥିଲେ । କୋଷାଗୁମୁଡା ବ୍ଲକ ଚିର୍ମା ବ୍ରିଜ ନିକଟରେ ଏହି ଘଟଣା ଘଟିଥିବା ସୂଚନା ରହିଛି ।
ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ୱାରା ଇନ୍ଦ୍ରାବତୀ ନଦୀ ଉପରେ ଏକ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେଠାରେ କାମ କରିବାକୁ ଯାଇଥିବା ୧୨ ଜଣ ଶ୍ରମିକ ଏକ ଅସ୍ଥାୟୀ ଟିଣ ଘରେ ରହୁଥିଲେ । ବର୍ଷା ହେବାରୁ ପାଣିମାଡ଼ି ଯିବାରୁ ଶ୍ରମିକମାନେ ଭୟଭୀତ ହୋଇ ନିର୍ମାଣଧୀନ ବ୍ରିଜ ଉପରକୁ ଚଢିଯାଇଥିଲେ । ଶ୍ରମିକମାନେ ଫଶିରହିଥିବା ଜାଣି ଅଗ୍ନିଶମ କର୍ମ·ରୀ ଉଦ୍ଧାର କରିଥିଲେ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଗଞ୍ଜିଆଗୁଡ଼ାରେ ମଧ୍ୟ ଅଘଟଣ ଘଟିଛି । ଦୋକାନ ସାମଗ୍ରୀ କିଣିବାକୁ ଯାଇ ନଦୀପାର ହେବା ସମୟରେ ଜଣେ ୬୫ ବର୍ଷିୟ ବୃଦ୍ଧା ବୁଡ଼ି ପ୍ରାଣ ହରାଇଛନ୍ତି । ମୃତ ବୃଦ୍ଧା ଜଣକ ଗଞ୍ଜିଆଗୁଡ଼ା ଗାଁ ଲକି ସାନ୍ତ୍ରାଙ୍କ ପତ୍ନୀ କନେ ସାନ୍ତା ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ୩ ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବିଶେଷ କରିବ ଦକ୍ଷିଣ ଓଡ଼ିଶଶର ଏକାଧିକ ଜିଲ୍ଲାରେ ବର୍ଷା ବିତ୍ପାତ୍ତ ନଜରକୁ ଆସିଛି । ବାୟୁମଣ୍ଡଳରେ ଲମ୍ବିଥିବା ମୌସୁମୀ ଜନିତ ନିମ୍ନଚାପରେଖା ସହ ମିଶି ଲଘୁଚାପ ଅଧିକ ସକ୍ରିୟ ହୋଇଛି । ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪.୩ ମିମି ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ୧୦ମିମି ତୁଳନାରେ ୨୪୩% ଅଧିକ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେପଟେ ଚଳିତ ମୌସୁମୀରେ ରାଜ୍ୟରେ ଏଯାବତ୍ ୬୬୬.୮ ମିମି ବର୍ଷା ହେବା ସ୍ଥାନରେ ୬୩୩.୮ ମିମି ବର୍ଷା ହୋଇଛି । ଯାହା ସ୍ୱାଭାବିକଠୁୂ ୫% କମ ଥିବାବେଳେ ୩ ଜିଲ୍ଲାରେ ଆବଶ୍ୟକଠାରୁ ଅଧିକ, ୬ ଜିଲ୍ଲାରେ ନିଅଣ୍ଟ ଏବଂ ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ହ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *