ଇଡି ଅଧିକାରୀଙ୍କୁ ଜେରା ପାଇଁ ଭୁବନେଶ୍ୱରରେ କୋଲକାତା ପୁଲିସ୍
ଭୁବନେଶ୍ୱର, ୯ା୮ (ବୁ୍ୟରୋ): ଏକ ମାମଲାରେ ଓଡିଶାର ଇଡି ଅଧିକାରୀଙ୍କୁ ଜେରା କରିବାକୁ ଭୁବନେଶ୍ୱରରେ ପହଞ୍ଚôଛି କୋଲକାତା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ । ପ୍ରବର୍ତନ ନିଦେ୍ର୍ଦଶା (ଇଡି)ର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ପଚରାଉଚରା ପାଇଁ କୋଲକାତା ଡିଟେକ୍ଟିଭ ଡିପାର୍ଟମେଣ୍ଟର ଏସିପି ଅମିତ ରକସିତଙ୍କ ନେତୃତ୍ୱରେ ଦୁଇଜଣିଆ ଟିମ ଭୁବନେଶ୍ୱର ଆସିଛନ୍ତି । ସୂଚନା ଅନୁସାରେ ପୂର୍ବରୁ ସୁବୋଧ କୁମାର ଝାଡ଼ଖଣ୍ଡର ରାଞ୍ଚିରେ ଇଡିର ଡେପୁଟି ଡାଇରେକ୍ଟର ଥିଲେ । ସେହି ସମୟରେ ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ସହ ସମ୍ପର୍କ ଥିଲା । ରାଜୀବ କୋଲକାତାର ଜଣେ ବ୍ୟବସାୟୀଙ୍କ ନାଁରେ ରାଞ୍ଚô ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ହଟାଇବା ପାଇଁ ୧୦ କୋଟି ଦାବି କରିଥିଲେ ବୋଲି ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଗତ ସପ୍ତାହରେ କୋଲକାତା ପୁଲିସ ରାଜୀବଙ୍କୁ ଏକ ମଲରୁ ୬୦ଲକ୍ଷ ଟଙ୍କା ସହ ଗିରଫ କରିଥିଲା । ଗିରଫଦାରି ପରେ ସେହି ଟଙ୍କା ଜଣେ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିଲା ।
ରାଜୀବଙ୍କ ସହ ସୁବୋଧଙ୍କ ସମ୍ପର୍କ, କଲ୍ ରେକର୍ଡÿ ଓ ଡାଏରିର ତଥ୍ୟକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଏନେଇ ଗତ ୧ ତାରିଖରେ କୋଲକାତା ପୁଲିସ ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ନୋଟିସ କରିଥିଲା । କୋଲକାତା ପୁଲିସ ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫଦାରୀ ସମ୍ପର୍କରେ ସୁବୋଧଙ୍କୁ ପଚରାଉଚୁରା କରିବ । ଏଥିପାଇଁ ଜଣେ ଏସିପି ରାଙ୍କର ଅଫିସର ଓ ଆଉ ଜଣେ ଏସଆଇ ଆଜି ଆସି ଭୁବନେଶ୍ୱରରେ ପହଞ୍ଚôଛନ୍ତି ।