୧୩୧ ୟୁନିଟ୍ ରକ୍ତ ସଂଗ୍ରହ
ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ
ପୁରୀ (ବୁ୍ୟରୋ): କ୍ରାନ୍ତି ଦିବସ ଅବସରରେ ବିଜେଡିର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଭାରତ ଛାଡ଼ ଆନେ୍ଦାଳନର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଦୀର୍ଘ ୨୫ ବର୍ଷ ଧରି ଉକ୍ରଳ ମାଟି ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ପାଇଁ ଲଢ଼େଇ କରୁଥିବା ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ସ୍ମରଣୀୟ କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବ୍ରହ୍ମଗିରି ବ୍ଲକ୍ ଦାସରଥି ପ୍ୟାଲେସ୍ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ତଥା ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶ୍ରୀ ଦାସବର୍ମା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।
ସେ କହିଛନ୍ତି ସମଗ୍ର ମାନବ ସମାଜକୁ ଏକ ସୂତ୍ରରେ ନିବିଡ଼ତା ସହିତ ବାନ୍ଧି ରଖିବା ବା ସେହି ମହାନ୍ ସ୍ୱାଧୀନତା ସଂଗ୍ରାମୀ ବ୍ୟକ୍ତିତ୍ୱଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହେବା ପାଇଁ ଯୁବ ଓ ଛାତ୍ରମାନଙ୍କୁ ସନେ୍ଦଶ ଦେଇଛନ୍ତି । ମହତ୍ ଉଦେ୍ଦଶ୍ୟ ନେଇ ଆୟୋଜିତ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ଏହା ଏକ ଆନେ୍ଦାଳନର ରୂପ ନେଉଛି । କାର୍ଯ୍ୟକ୍ରମରେ ୧୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ କାର୍ତ୍ତବିଜ୍ୟ ସ୍ୱାଇଁ, ପୁରୀ ସଦର ବ୍ଲକ୍ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ନୁନୁ ମିଶ୍ର, ବିଜେଡି ବ୍ଲକ୍ ସଭାପତି ବିଦ୍ୟାଧର ସ୍ୱାଇଁ, କୃଷ୍ଣପ୍ରସାଦ ବ୍ଲକ୍ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଗଡ଼ୁ, ସଦର ବ୍ଲକ୍ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ସହ-ସଂଯୋଜକ ଷ୍ଟାଲିନ୍ ପରିଜା, ଜିଲ୍ଲା ଯୁବ ସଭାପତି ନାରାୟଣ ସ୍ୱାଇଁ, ଜିଲ୍ଲା ଛାତ୍ର ସଭାପତି ରାଜେଶ ରଥ, ସମ୍ପାଦକ ସନ୍ତୋଷ କୁମାର ଜେନା, ଉମାକାନ୍ତ ପାଇକରାୟ, ବ୍ଲକ୍ ସଭାପତି ଦିପୁ ରଞ୍ଜନ ନାୟକ, ବ୍ରହ୍ମଗିରି ବ୍ଲକ ଯୁବ ନେତା ପ୍ରଣୟ ଜେନା, ଦୁଷ୍ମନ୍ତ କୁମାର ପ୍ରଧାନ, ବିକ୍ରମ ସାହୁ, ସୁଶାନ୍ତ କୁମାର ନାୟକ, ରାଜେଶ ଜେନା, ଅସିତ୍ କୁମାର ସାହୁ, ବୃନ୍ଦାବନ ପ୍ରଧାନ, ଭାଗିରଥୀ ବଡ଼ଜେନା, ଭଗବାନ ନାୟକ, ଲକ୍ଷ୍ମୀଧର ଜେନା, ବିଜୟ କୁମାର ଦଳାଇ, ବ୍ଲକ୍ ଯୁବ ସଭାପତି ରାଧାକାନ୍ତ ସାହୁ ଓ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।