ଅସୁରକ୍ଷିତ କୋଠାରେ ଚାଲିଛି କେନ୍ଦ୍ର ସମବାୟ ବ୍ୟାଙ୍କ

ପଟ୍ଟାମୁଣ୍ଡାଇ (ଆପ୍ର): ଦୀର୍ଘ ବର୍ଷ ବର୍ଷ ଧରି ସଫଳତାର ସହିତ କାର୍ଯ୍ୟ କରି ଆସୁଥିବା ପଟ୍ଟାମୁଣ୍ଡାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କୋଠା ବିପଦ ସଂକୁଳ ଅବସ୍ଥାରେ ରହିଛି । ଏହି କୋଠାକୁ ଅସୁରକ୍ଷିତ ଘୋଷଣା ପରେ ମଧ୍ୟ ଏଠାରେ ଚାଲିଛି ବ୍ୟାଙ୍କ କାର୍ଯ୍ୟ । ସାମାନ୍ୟ ବର୍ଷା ହେଲେ ବ୍ୟାଙ୍କ କୋଠା ଛାତରୁ ପାଣି ଗଳୁଥିବା ବେଳେ ପ୍ଲାଷ୍ଟର ଖସିବା ଏକ ନିତିଦିନିଆ ଘଟଣା ହୋଇପଡିଛି । ପ୍ଲାଷ୍ଟର ଖସିବା ଯୋଗୁ ବହୁବାର କର୍ମଚାରୀମାନେ ଆହତ ହେବା ମଧ୍ୟ ନଜିର ରହିଛି । ବେଳେ ବେଳେ କମ୍ପୁ୍ୟଟର ଆଦି ମୂଲ୍ୟବାନ ଯନ୍ତ୍ରାଶ ଆଦି ମଧ୍ୟ କ୍ଷତି ହେଉଛି । କିନ୍ତୁ ଏଥି ପ୍ରତି ବିଭାଗୀୟ କର୍ତୃପକ୍ଷଙ୍କ ନିଘା ନାହିଁ । ଯେନେତେନ ପ୍ରକାର ବ୍ୟାଙ୍କ କାର୍ଯ୍ୟ ଚଳାଇ ନେବାକୁ ଉପରିସ୍ଥ ଅଫିସରଙ୍କ ଅଲିଖିତ ଆଦେଶନାମା ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଜାରି ହୋଇଛି । ବ୍ୟାଙ୍କ କୋଠା ସାରା ଛାତରୁ ପାଣି ଗଳିବା ଫଳରେ ଗୁରତ୍ୱପୂର୍ଣ୍ଣ ରେକର୍ଡପତ୍ର, କମ୍ପୁ୍ୟଟର, ପ୍ରିଟଂର, ଇନଭର୍ଟର, ଟେଲିଫୋନ ଆଦି ବର୍ଷାପାଣିରେ ଭିଜୁଛି । । କମ୍ପୁ୍ୟଟର ଓ ପ୍ରିଣ୍ଟର ଆଦି ଯନ୍ତ୍ରାଶ ବର୍ଷାପାଣିରୁ ସୁରକ୍ଷିତ ରଖିବା ପାଇଁ ପଲିଥିନ ଘୋଡାଇବାକୁ ପଡୁଛି । ବର୍ଷା ହେଲେ ଶାଖା ପରିଚାଳକଙ୍କ ଚାମ୍ବରରେ ଥିବା କମ୍ପୁ୍ୟଟର ଆଦି ଇଲେକ୍ଟ୍ରୋନିକ୍ସ ଆଦି ଯନ୍ତ୍ରାଶ ଗୁଡିକୁ ଶାଖା ପରିଚାଳକ ନିରୋଦ କୁମାର ନାୟକ ପଲିଥିନ ଘୋଡାଇ ବସୁଥିବା ବେଳେ ବ୍ୟାଙ୍କ କାର୍ଯ୍ୟ ସମ୍ପୁର୍ଣ୍ଣ ଠପ୍ ହୋଇଯାଉଛି ।
ଅନ୍ୟପକ୍ଷରେ କ୍ୟାସ କାଉଣ୍ଟର ସମେତ ବ୍ୟାଙ୍କର ଅନେକ କାଉଣ୍ଟର ଗୁଡିକ ଉପରେ ଛାତରୁ ପାଣି ଗଳୁଥିବାରୁ ସେଠାରେ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ । ଛାତରୁ ପାଣି ଗଳି ବ୍ୟାଙ୍କ ସାରା ସନ୍ତସନ୍ତିଆ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ପଟ୍ଟାମୁଣ୍ଡାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିବରେ ୧୬ ଟି ପ୍ରାଥମିକ କୃଷି ସମବାୟ ସମିତି ନିର୍ଭର କରୁଥିବା ବେଳେ ହଜାର ହଜାର ସଂଖ୍ୟାରେ ସଭ୍ୟ, ଜମାକାରୀ ଓ ଚାଷୀମାନେ ନିର୍ଭର କରନ୍ତି । ବ୍ୟାଙ୍କ କୋଠାର ଦୂରାବସ୍ଥା ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚକର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବ୍ୟାଙ୍କ ଛାତରୁ ପାଣି ଗଳିବା ସହିତ କାନ୍ଥ ଗୁଡିକ ବର୍ଷାପାଣିରେ ଭିଜିବା ଦ୍ୱାରା ବିଦୁ୍ୟତ ସର୍ଟସର୍କିଟ ହେବାର ସମ୍ଭାବନା ସୃଷ୍ଟି ହୋଉଛି । ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ଓ ସମବାୟ ସଂସ୍ଥାଗୁଡିକର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବହୁ ଯୋଜନା ପ୍ରଣୟନ କରୁଥିବା ବେଳେ ପଟ୍ଟାମୁଣ୍ଡାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଏହି ସବୁ ଯୋଜନାକୁ ଉପହାସ କରୁଛି । କୃଷିର ଉନ୍ନତି ଓ କୃଷକର ସ୍ୱାର୍ଥ ପାଇଁ ଉଦ୍ଧିଷ୍ଟ କଟକ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା କାର୍ଯ୍ୟାଳୟକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *