ମାନବ ଅଙ୍ଗର ବୃହତ୍ ସୌଦାଗର ଚୀନ୍

ବେଜିଂ (ଏଜେନ୍ସି): ଆମେରିକା ସଂସଦ ବାଚସ୍ପତି ନାନ୍ସୀ ପେଲୋସୀଙ୍କ ତାଇୱାନ୍ ଗସ୍ତକୁୂ ନେଇ ଚୀନ୍ ଏବେ ଉଭୟ ତାଇୱାନ୍ ଏବଂ ଆମେରିକା ସହ ସାମ୍ନାସାମ୍ନି ପରିସ୍ଥିତିକୁ ଚାଲିଆସିଛି । ଏହାକୁ ନେଇ ଚୀନ୍ ଏବେ ସମଗ୍ର ବିଶ୍ୱ ସମୁଦାୟର ତୀକ୍ଷ୍ମ ନଜରକୁ ଚାଲିଆସିଛି । ଏହିକ୍ରମରେ ଚୀନ୍ର ପ୍ରତ୍ୟେକ ଆଭ୍ୟନ୍ତରୀଣ ତଥା ବାହ୍ୟ ଘଟଣାକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚା ଜୋରଦାର ହେଉଛି । ଚୀନ୍ର ବିପର୍ଯ୍ୟସ୍ତ ଅର୍ଥନୈତିକ ସ୍ଥିତି ଠାରୁ ଆରମ୍ଭ କରି ଚୀନ୍ରେ ଉଇଗର ମୁସଲିମ୍ଙ୍କ ପ୍ରତି ହେଉଥିବା ଅମାନବୀୟ ଅତ୍ୟାଚାର ଆଦି ସମ୍ପର୍କରେ ନିୟମିତ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି । ଏସବୁ ମଧ୍ୟରେ ଚୀନ୍ରେ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ଆଉ ଏକ କଳଙ୍କିତ ପ୍ରସଙ୍ଗକୁ ପୁଣିଥରେ ବିଶ୍ୱ ସମୁଦାୟ ସାମ୍ନାକୁ ନେଇଆସିଛନ୍ତି । ଚୀନ୍ରେ ଚାଲିଥିବା ମାନବ ଅଙ୍ଗର ବ୍ୟାପକ ଚୋରାଚାଲାଣକୁ ନେଇ ଏବେ ପ୍ରାୟ ବିଶ୍ୱସ୍ତରୀୟ ଗଣମାଧ୍ୟମଗୁଡ଼ିକ ରିପୋର୍ଟ ଜାରି କରିଛନ୍ତି ।
ଚୀନ୍ରେ ଜେଲଦଣ୍ଡ ଭୋଗୁଥିବା କଏଦୀମାନଙ୍କ କିଡନୀ, ଲିଭର ଏବଂ ହାର୍ଟ ଭଳି ଅଙ୍ଗପ୍ରତ୍ୟଙ୍ଗକୁ କଳାବଜାରୀ କରାଯାଉଥିବା ଏବଂ ଏସବୁ ପଛରେ ଚୀନ୍ ସରକାରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଏଥିରେ ଦର୍ଶାଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଏହାକୁ ‘ଫୋର୍ସଡ୍ ଅର୍ଗାନ୍ ହାର୍ଭେଷ୍ଟିଙ୍ଗ୍’ ଭାବେ ସମ୍ବୋଧିତ କରିଛନ୍ତି । ମୁଖ୍ୟତଃ ଚୀନ୍ରେ ବସବାସ କରୁଥିବା ଫାଲୁନ୍ ଗୋଙ୍ଗ୍ ଏବଂ ଉଇଗର ମୁସଲିମ୍ ସମ୍ପ୍ରଦାୟର ଲୋକମାନଙ୍କୁ ଏହି ‘ଫୋର୍ସଡ୍ ଅର୍ଗାନ୍ ହାର୍ଭେଷ୍ଟିଙ୍ଗ୍’ ପ୍ରକ୍ରିୟାରେ ଶିକାର କରାଯାଉଥିବା ରିପୋର୍ଟରେ ଦର୍ଶାଯାଇଛି । ଚୀନ୍ ସରକାର ଏହି ବର୍ଗର ଲୋକଙ୍କୁ ନିଜ ପାଇଁ ବୋଝ ଭାବୁଥିବା ବେଳେ ଏମାନଙ୍କ ପ୍ରତି ଏପ୍ରକାର ଅତ୍ୟନ୍ତ ଅମାନବୀୟ ତଥା ନିଷ୍ଠୁର ଆଭିମୁଖ୍ୟ ଗ୍ରହଣ କରିଆସୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶ୍ୱର ଏକ ନାମୀ ମେଡିକାଲ ଟ୍ରାନ୍ସପ୍ଲାଣ୍ଟ ମାଗାଜିନ୍ ଗତ ଜୁଲାଇ ମାସ ସଂଖ୍ୟାରେ ଏସମ୍ପର୍କୀକ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି ।
ଏହି ମାଗାଜିନ୍ ନିଜ ବିସ୍ତୃତ ରିପୋର୍ଟରେ ଚୀନ୍ର କେତେକ ଅବସରପ୍ରାପ୍ତ ସରକାରୀ ତଥା ବରିଷ୍ଠ ଟ୍ରାନ୍ସପ୍ଲାଣ୍ଟ ଡାକ୍ତରଙ୍କ ସ୍ୱୀକାରୋକ୍ତିକୁ ଉଲ୍ଲେଖ କରିଛି । ଚୀନ୍ର ଏହି ଡାକ୍ତରମାନେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ମାଗାଜିନ୍କୁ କହିଛନ୍ତି ଯେ, ସେମାନଙ୍କ ମେଡିକାଲ୍ କ୍ୟାରିଅର୍ ମଧ୍ୟରେ ସେମାନେ ଯେତେ ବି ହୁ୍ୟମାନ୍ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ (ମାନବ ଅଙ୍ଗ ପ୍ରତିରୋପଣ) କରିଛନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ (ପ୍ରାୟ ୯୫%ରୁ ଅଧିକ) ଚୀନ୍ ଜେଲ୍ରେ ଦଣ୍ଡଭୋଗ କରୁଥିବା କଏଦୀମାନଙ୍କ ସଂଖ୍ୟା ସର୍ବାଧିକ ।’ ଏହି ମାଗାଜିନ୍ ଉଜାଗର କରିଥିବା ଏସବୁ ପଛର କାରଣ । ଚୀନ୍ ସରକାର ଏସବୁ କେବଳ ଅନ୍ତର୍ଜାତୀୟ ବଜାରରୁ କୋଟି କୋଟି ଚୀନ୍ ମୁଦ୍ରା ହାସଲ ଉଦେ୍ଦଶ୍ୟରେ ଏପ୍ରକାର ନାରକୀୟ କାଣ୍ଡ ଘଟାଇଚାଲିଛନ୍ତି । ଏପରିକି କଏଦୀମାନଙ୍କ ଠାରୁ ଅଙ୍ଗ କାଢ଼ି ନିଆଯିବା ପରେ ସେମାନଙ୍କ ଶାରୀରିକ ପ୍ରକ୍ରିୟା ତଥା ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଚୀନ୍ ସରକାର ଆଦୌ ଚିନ୍ତା କରିନଥାନ୍ତି । ଯାହାଫଳରେ ଅଙ୍ଗ କଢ଼ାଯିବାର ମାତ୍ର କିଛି ଦିନ ମଧ୍ୟରେ ସେମାନଙ୍କ ମୃତୁ୍ୟ ହୋଇଯାଇଥାଏ ।
ଚୀନ୍ ସରକାରଙ୍କ ଏପ୍ରକାର କଳାକାରନାମା ସମ୍ପର୍କରେ ବର୍ଷାନୁବର୍ଷ ଅଭିଯୋଗ ହୋଇଆସିଛି । ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ପକ୍ଷରୁ ଏନେଇ ବାରମ୍ବାର ଚୀନ୍କୁ ତାଗିଦ୍ ମଧ୍ୟ କରାଯାଇଛି ଏବଂ ବିଶ୍ୱସ୍ତରୀୟ ମଞ୍ଚରେ ମଧ୍ୟ ଏହି ପ୍ରସଙ୍ଗକୁୂ ଆଲୋଚନାର ବିଷୟବସ୍ତୁ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଅନ୍ ଡିମାଣ୍ଡ ନିଜ ଆବଶ୍ୟକତା ମୁତାବକ ‘ମାନବ ଅଙ୍ଗ’ ମିଳିବା ନେଇ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଚୀନ୍ର ଅନେକ ରାକେଟ୍ ଦାବି କରିଥାନ୍ତି । ଅର୍ଡର ମିଳିବା ପରେ ଏହି ରାକେଟ୍ ଅର୍ଥ ପାଇଁ ଶାଗ ମାଛ ଦରରେ ଡିଲ୍ ଫାଇନାଲ୍ କରିଥାନ୍ତି ଏବଂ ଚୀନ୍ରେ ଥିବା ନିଜ ନେଟୱାର୍କ ହେଡ୍କୁ ଫୋନ୍ କରିଥାନ୍ତି । ଆବଶ୍ୟକ ଥିବା ମାନବ ଅଙ୍ଗ ପାଇଁ ଜେଲ୍ଦଣ୍ଡ ଭୋଗୁଥିବା ଜଣେ ଶାରୀରିକ ସୁସ୍ଥ ସବଳ କଏଦୀକୁ ଚିହ୍ନଟ କରାଯାଇଥାଏ ଏବଂ ରାତି ଅଧିଆ ତାଙ୍କୁ ଗାୟବ୍ କରିଦିଆଯାଇଥାଏ । କିଛିି ଦିନ ପରେ ଉକ୍ତ କଏଦୀ ମେଡିକାଲରେ ଭର୍ତ୍ତି ହୋଇଥିବା ଏବଂ ଏହାର ଆଉ କିଛି ଦିନ ପରେ ସ୍ୱାସ୍ଥ୍ୟ ସମସ୍ୟାରେ ଉକ୍ତ କଏଦୀର ମୃତୁ୍ୟ ହୋଇଯାଇଥିବା ଚୀନ୍ ସରକାରଙ୍କ ପକ୍ଷରୁ ରିପୋର୍ଟ ଦେଇଦିଆଯାଇଥାଏ । ଚୀନ୍ ଏସବୁ ୧୯୬ଠରୁ କରିଆସୁଛି । ଚୀନ୍ରେ ବାର୍ଷିକ ପ୍ରାୟ ୧ଲକ୍ଷ ମାନବ ଅଙ୍ଗ ପ୍ରତ୍ୟାରୋପଣ ହେଉଥିବା ମାଗାଜିନ୍ ଦର୍ଶାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *