ସରକାରଙ୍କ ବିଫଳତା ବଖାଣିବ କଂଗ୍ରେସ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା
ଭୁବନେଶ୍ୱର (ବୁ୍ୟରୋ): ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଛି । ଏହାପାଇଁ ବିଜେପି, ବିଜେଡି ଏବଂ କଂଗ୍ରେସ ତାର ସାମରସଜ୍ଜା ଆରମ୍ଭ କରି ଦେଲେଣି । ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୯ କ୍ରାନ୍ତି ଦିବସରୁ ରାଜ୍ୟବ୍ୟାପୀ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ । ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ନିର୍ଦେଶ ଅନୁଯାୟୀ ଏହି ପାଦ ଯାତ୍ରା ୬ଦିନ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ବିଧାନସଭା କ୍ଷେତ୍ରରେ ·ଲିବ । ଦିନକୁ ୭୫ କି.ମିର ପଦଯାତ୍ରା ଅନୁଷ୍ଠିତ ହେବ । କଂଗ୍ରେସ ସବୁ କର୍ମୀ, ନେତୃବୃନ୍ଦ ଓ ଶୁଭେଚ୍ଛୁମାନେ ଏହି ପଦଯାତ୍ରାରେ ସାମିଲ ହେବେ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏ ଅଭିଯାନ ଆମର । ଆମେ ଜାଣିଛୁ ବିଜେପି ଆଉ ବିଜେଡି ଏକ । ଆଉ ଦୀର୍ଘ ବର୍ଷ ହେଲାଣି ସେମାନେ ଲୋକଙ୍କୁ କେବଳ ଠକୁଛନ୍ତି । କିନ୍ତୁ ଓଡ଼ିଶାର ଜନ ସମାଜ ଏହା ଜାଣି ସାରିଲାଣି ଏ ସରକାର କେବଳ ପ୍ରତିଶୃତି ଦିଅନ୍ତି କିନ୍ତୁ ତାକୁ କାର୍ଯ୍ୟକାରୀ କରନ୍ତି ନାହିଁ । ତେଣୁ ଆମେ ଲୋକଙ୍କ ପାଖରେ ପହଁଞ୍ଚôବୁ ଓ ତାଙ୍କ ସମସ୍ୟା ସୁବିଧା ପ·ରି ବୁଝିବୁ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଦେଶବ୍ୟାପି ୭୫ କିଲୋମିଟର ସ୍ୱାଧୀନତା ଗୌରବ ଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ସ୍ଥିତ ନାଲକୋ ଛକ ମହାତ୍ମା ଗାନ୍ଧୀ ପାର୍କଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସମ୍ପାଦକ, ଓଡ଼ିଶା ସହ ପ୍ରଭାରୀ ଜି. ରୁଦ୍ର ରାଜୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅଖିଳ ଭାରତ ମଜଦୁର କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଓ ବହୁ ମାନ୍ୟଗଣ୍ୟ କଂଗ୍ରେସ ନେତୃବର୍ଗ ପଦାଧିକାରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସ୍ୱାଧୀନତା ଗୌରବ ପଦଯାତ୍ରା ଆରମ୍ଭ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *