ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଲେ ଅଞ୍ଚଳବାସୀ

ଜଟିଳ ହେଉଛି ତହସିଲଦାର-ଓକିଲ ସଂଘ ବିବାଦ
ଛେଣ୍ଡିପଦା (ଆପ୍ର): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲଦାରଙ୍କୁ ନେଇ ଉପୁଜିଥିବା ବିବାଦ ଧୀରେ ଧୀରେ ଉଗ୍ର ରୁପ ନେଉଛି । ଏକ ଜମି ରେଜିଷ୍ଟ୍ରେସନରେ ଜାଲିଆତି ତହସିଲଦାର ଡାନିଏଲ ଏକ୍କା ଜୁଲାଇ୧୫ରେ ଜଣେ ଆଇନଜୀବୀଙ୍କ ସମେତ ୫ ଜଣଙ୍କ ନାମରେ ଛେଣ୍ଡିପଦା ଥାନାରେ ମାମଲା ଦାୟର କରିଥିଲେ । ଜୁଲାଇ ୧୬ରେ ତାଙ୍କ ଶ୍ୱଶୁରଙ୍କ ନାମରେ ଥିବା ଜମି ଜାଲିଆତି କରି ବିକ୍ରି କରାଯାଇଥିବା ବାଗଡିଆ ଗ୍ରାମର ଜଣେ ବିଧବା ଛେଣ୍ଡିପଦା ତହସିଲଦାରଙ୍କ ସମେତ ଆଉ ୨ ଜଣଙ୍କ ନାମରେ ଛେଣ୍ଡିପଦା ଥାନାରେ ମାମଲା ଦାୟର କରିଥିଲେ । ମାମଲାର ୨ ଦିନପରେ ଛେଣ୍ଡିପଦା ଓକିଲ ସଂଘର କାର୍ଯ୍ୟକତା ମାନେ ଅନୁଗୋଳ ଜିଲ୍ଲାପାଳଙ୍କୁ ଭେଟି ଜାଲିଆତି ଘଟଣା ଏବଂ ଆଇନଜୀବୀଙ୍କ ନାମରେ ହୋଇଥିବା ମାମଲାର ସମାଧାନ ୭ ଦିନ ମଧ୍ୟରେ କରିବାକୁ ଦାବୀପତ୍ର ପ୍ରଦାନ କରିଥିଲେ । ୭ଦିନ ପରେ କୌଣସି ସମାଧାନ ନ ହେବାରୁ ୨୬ ତାରିଖ ଠାରୁ ୪ଦଫା ଦାବୀ ନେଇ ଆଇନଜୀବୀମାନେ ତହସିଲ ସାମ୍ନାରେ ଆନେ୍ଦାଳନରେ ବସିଥିଲେ ।
୩୧ ତାରିଖରେ ଉପଜିଲ୍ଲାପାଳ ବଇତୁରା ଦୀପ ଆନେ୍ଦାଳନ ସ୍ଥଳକୁ ଆସି ଆଲୋଚନା କରିଥିଲେ ମଧ୍ୟ ତହସିଲଦାରଙ୍କୁ ନିଲମ୍ବନ ଏବଂ ଗିରଫ ନ କରିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଓକିଲମାନେ ଜିଦ୍ରେ ଅଟଳ ରହିଥିଲେ । ଗତ ୪ତାରିଖରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଓକିଲମାନଙ୍କୁ ବୁଝାସୁଝା କରି ସପ୍ତାହକ ମଧ୍ୟରେ ଘଟଣାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତହସିଲଦାରଙ୍କ ନିଲମ୍ବନ ଓ ଗିରଫ ଦାବିରେ ଓକିଲମାନେ ଅଟଳ ରହିଥିଲେ ।
ସୋମବାର ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା । ସ୍ଥାନୀୟ ବିଜେପି ନେତା ଅଗସ୍ତୀ ବେହେରାଙ୍କ ଉଦ୍ୟମରେ ରାଇଝରଣ, କୋରଡା, ଇତ୍ୟାଦି ଅଞ୍ଚଳର କିଛି ବ୍ୟକ୍ତି ବ୍ଲକ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଥିଲେ । ସେମାନେ ଆନେ୍ଦାଳନର ସମାଧାନ କରିବାକୁ ଦାବି କରିଥିଲେ । ଅତିରିକ୍ତ ଉପଜିଲ୍ଲାପାଳ ସନ୍ତୋଷ କୁମାରଙ୍କ ନିଦେ୍ର୍ଦଶରେ ଛେଣ୍ଡିପଦା ବିଡିଓ ସଂଜୟ କୁମାର ଆଚାର୍ଯ୍ୟ ଓକିଲମାନଙ୍କୁ ଆଲୋଚନା ନିମିତ୍ତ ଅନୁରୋଧ କରିଥିଲେ । କିନ୍ତୁ ସେମାନେ ଏହାକୁ ଗ୍ରହଣ କରି ନଥିଲେ । ଏହାର କିଛି ସମୟ ପରେ କେତେକ ବ୍ୟକ୍ତି ଠେଙ୍ଗା ବାଡ଼ି ଧରି ଆନେ୍ଦାଳନସ୍ଥଳକୁ ଯାଇ ପଥର ମାଡ କରିବା ସହ ଧମକ ଦେଇଥିବା ନେଇ ଓକିଲ ସଂଘ ସଂପାଦକ ପ୍ରଦୀପ କୁମାର ଗଡନାୟକ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୁଲିସ ୩୮୪/୨୨ରେ ଏକ ମାମଲା ରୁଜ୍ଜୁ କରିଛି । ତେବେ ଆନେ୍ଦାଳନକୁ ନେଇ ଆଉ ଅଧିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଙ୍କା ଥିବାରୁ ପ୍ରଶାସନ ଏହାକୁ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *