ଅଗଷ୍ଟ କ୍ରାନ୍ତି ସ୍ୱାଧୀନତା ସଂଗ୍ରାମକୁ ସଶକ୍ତ କରିଥିଲା
ରାଜ୍ୟ ଅଭିଲେଖାଗାରରେ ଅଗଷ୍ଟ କ୍ରାନ୍ତି ଦିବସ
ଭୁବନେଶ୍ୱର (ବୁ୍ୟରୋ): ଅଗଷ୍ଟ ବିପ୍ଳବ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ଆହ୍ୱାନରେ କୋଟି କୋଟି ଦେଶବାସୀ କ୍ରାନ୍ତି ଆନେ୍ଦାଳନକୁ ସଶକ୍ତ କରିଥିଲେ । ଓଡ଼ିଶା ଇତିହାସରେ ଅଗଷ୍ଟ କ୍ରାନ୍ତିର ବିସ୍ତୃତ ଅଧ୍ୟାୟ ସ୍ମରଣୀୟ ହୋଇ ରହିବ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ଅଗଷ୍ଟ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଉପରୋକ୍ତ ମର୍ମରେ ଜାତୀୟତାବାଦ ଓ ଦେଶପ୍ରୀତି ଅଗଷ୍ଟ କ୍ରାନ୍ତିର ମୂଳମନ୍ତ୍ର ଥିଲା ବୋଲି ଉଲ୍ଲେଖ କରିଛନ୍ତି ।
କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ ଅସହଯୋଗ ଆନେ୍ଦାଳନ, ଆଇନ ଅମନ୍ୟ ଆନେ୍ଦାଳନ ଓ ଭାରତଛାଡ଼ ଉପରେ ସୂଚନା ଦେଇଥିଲେ । ୧୯୧୫ ମସିହାରେ ଆଫି୍ରକାରୁ ଭାରତ ପ୍ରତ୍ୟାବର୍ତ୍ତନ ପରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ଗାନ୍ଧୀଜୀ ନୂତନ ଦିଗ୍ଦର୍ଶନ ଓ ନେତୃତ୍ୱ ଦେଇ ଏହାକୁ ଜନଆନେ୍ଦାଳନରେ ପରିଣତ କରିଥିଲେ ବୋଲି ପ୍ରକାଶ କରି ଶ୍ରୀ ପାଢ଼ୀ ଅଗଷ୍ଟ କ୍ରାନ୍ତିର ଗୁରୁତ୍ୱ ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ । ବିଶିଷ୍ଟ ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିଦେ୍ର୍ଦଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ୍ ଅଲ୍ଲୀ ଓ ବିଭାଗର ଯୁଗ୍ମ ନିଦେ୍ର୍ଦଶକ ତଥା ଯୁଗ୍ମ ଶାସନ ସଚିବ ସୁବୋଧ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।