ତୃଣମୂଳସ୍ତରରେ ସଙ୍ଗଠନ ସୁଦୃଢ଼ କର

ଦଳୀୟ ନେତାଙ୍କୁ ପରାମର୍ଶ
ଭୁବନେଶ୍ୱର (ବୁ୍ୟରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ପାର୍ଟି ପକ୍ଷରୁ ଦିଆଯାଇଥିବା କାମକୁ ସଠିକ ଭାବେ ଏବଂ ଶୀଘ୍ର କାର୍ଯ୍ୟାନ୍ୱୟନ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶାହ । ଗାଁର ୱାର୍ଡ ଓ ବୁଥସ୍ତରରେ ଅର୍ଥାତ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଅ ।ହ୍ୱାନ ଦେଇଛନ୍ତି । ସେହିପରି ଘରେ ଘରେ ପଦ୍ମ ଫୁଲ ଆଙ୍କିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । କଠିନ ପରିଶ୍ରମ କରି ଜୋରଦାର ଢଙ୍ଗରେ ଲଢେଇ କଲେ ଦଳ ସରକାରକୁ ଆସିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ।
ସେହିପରି ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଅମିତ ଶାହ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ଦଳର ସ୍ୱରକୁ ଶାଣିତ କର । ଯେଉଁଠି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି, ତାହାକୁ ଲୋକଲୋଚନକୁ ଆଣ । ଶାଣିତ ଢଙ୍ଗରେ ରାଜନୈତିକ ଆକ୍ରମଣ କର । ଓଡିଶାରେ ବହୁତ ସମ୍ଭାବନା ଓ ସୁଯୋଗ ଅଛି ବୋଲି ଶ୍ରୀ ଶାହ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *