ଭାରତ ପାଇଁ ଜିତିଲେ ପ୍ରଥମ ସ୍ୱର୍ଣ୍ଣର୍

ସିନ୍ଧୁଙ୍କ ସ୍ୱପ୍ନ ସାକାର
ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ବର୍ମିଂହାମ: ଭାରତର ଷ୍ଟାର ମହିଳା ଶଟଲର ତଥା ଡବଲ ଅଲମ୍ପିକ୍ସ ମେଡାଲିଷ୍ଟ ପିଭି ସିନ୍ଧୁଙ୍କ ଅଧୂରା ସ୍ୱପ୍ନ ପୂରା ହୋଇଛି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ କାନାଡାର ମିଚେଲ ଲିଙ୍କୁ ଯଥାକ୍ରମେ ୨୧-୧୫ ଓ ୨୧-୧୩ ରେ ପରାସ୍ତ କରି ସ୍ୱର୍ଣ୍ଣ ହାସଲ କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିନ୍ଧୁଙ୍କର ଏହା ତୃତୀୟ ପଦକ ତଥା ପ୍ରଥମ ସ୍ୱର୍ଣ୍ଣ ପଦକ । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଯେଉଁ ସ୍ୱପ୍ନ ଅଧୁରା ଥିଲା ତାହା ଏଥର ପୂରଣ ହୋଇଛି । ସେ ବ୍ୟାଡମିଣ୍ଟନ୍ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି ।
୨୦୧୮ରେ ସିନ୍ଧୁ ଭାରତୀୟ ଷ୍ଟାର ସାଇନା ନେହୱାଲଙ୍କଠାରୁ ପରାସ୍ତ ହୋଇଥିଲେ । ସାଇନା ସ୍ୱର୍ଣ୍ଣ ଓ ସିନ୍ଧୁ ରୌପ୍ୟ ବଜୟିନୀ ହୋଇଥିଲେ । ଏଥର ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଇନା ନ ଥିବାରୁ ସିନ୍ଧୁଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ବିଶ୍ୱ ବିଜୟିନୀ (୭ ନଂ ମାନ୍ୟତାପ୍ରାପ୍ତ) ସିନ୍ଧୁ ୧୩ ନଂ ମାନ୍ୟତାପ୍ରାପ୍ତ ତଥା ପୂର୍ବତନ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜୟିନୀ ମିଚେଲ ଲିଙ୍କ ମଧ୍ୟରେର ସଂଘର୍ଷପୂର୍ଣ୍ଣ ଥିଲା । ବାମ ଗୋଡ଼ରେ ଆଘାତ ପାଇ ସୁଦ୍ଧା ସିନ୍ଧୁ ପ୍ରତମ ଗେମ୍କୁ ୨୧-୧୫ରେ କବ୍ଜା କରିଥିଲେ । ଦ୍ୱିତୀୟ ଗ୍ରେେ ଲି ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲେ କିନ୍ତୁ ସିନ୍ଧୁଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନ ଥିଲେ । ଦ୍ୱିତୀୟ ଗେମ୍କୁ ମଧ୍ୟ ପିଭି ସିନ୍ଧୁ ୨୧-୧୩ ସେଟ୍ରେ ଜିତି ନେଇଥିଲେ ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କ ତୃତୀୟ ଏକକ ପଦକ । ସେ ୨୦୧୪ରେ ବ୍ରୋଞ୍ଜ, ୨୦୧୮ରେ ରୌପ୍ୟ ପଦକ ହାସଲ କରିଥିଲେ । ଏକକ ବର୍ଗରେ ସ୍ୱର୍ଣ୍ଣ ଜିତିବା ପୂର୍ବରୁ ସିନ୍ଧୁ ମିକ୍ସଡ ଟିମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ବିଜୟ ନିମିତ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁିଟ୍ କରି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *