‘ନର୍ସ ଓ ଡାକ୍ତରଙ୍କ ଅବହେଳାରୁ ମୋ ଶିଶୁର ଜୀବନ ଗଲା’

ପୁଣି ଚର୍ଚ୍ଚାରେ ଜିଲ୍ଲା ମେଡିକାଲ୍
ପୁରୀ (ବୁ୍ୟରୋ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏପରିକି ସେମାନଙ୍କ ଲାଗି ମଧ୍ୟ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ଦେଇଛନ୍ତି । କିନ୍ତୁ ବାସ୍ତବରେ ଚିକିତ୍ସାଳୟରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳୁଛି କି ନାହିଁ ତାହା ଦେଖିବାକୁ କେହି ନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମେଡିକାଲ୍ରେ । ବାରମ୍ବାର ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟବରଣ କରୁଥିବା ନଜିର ରହିଛି । ଏହାକୁ ସୁଧାରିବାରେ ସଫଳ ହୋଇପାରୁନାହାନ୍ତି ଜିଲ୍ଲାପାଳ କି ସ୍ୱାସ୍ଥ୍ୟବିଭାଗ ।
ସୂଚନାଥାଉକି ପୁରୀ ସହର ନିକଟବର୍ତ୍ତୀ ତଥା ଚନ୍ଦନପୁର ଥାନା ଅନ୍ତର୍ଗତ ବାଲିଗୋରଡ଼ି ଗ୍ରାମର ଶରତ କୁମାର ନାୟକ । ଶରତଙ୍କ ସ୍ତ୍ରୀ କୁମୁଦିନୀ ମହାପାତ୍ରଙ୍କ ଗତ ୭ତାରିଖ ରାତି ୧୧ଟା ୩୫ରେ ଗର୍ଭ ଯନ୍ତ୍ରଣା ହେବା ସହ ପେଟରୁ ଜଳୀୟ ଅଂଶ ନିର୍ଗତ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଚନ୍ଦନପୁର ମେଡିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପରୀକ୍ଷା ପରେ ନର୍ସ ଜିଲ୍ଲା ମେଡିକାଲ୍କୁ ନେବା ଲାଗି ପରାମର୍ଶ ଦେଇଥିଲେ । ବିଳମ୍ବିତ ରାତିରେ ପୁରୀ ମେଡିକାଲ୍ରେ ପହଞ୍ଚିଲା ପରେ ଡାକ୍ତର ନ ଥିବା କହିଥିଲେ ଡୁ୍ୟଟିରେ ଥିବା ନର୍ସ । ଏପରିକି ସେ ମଧ୍ୟ ରୋଗୀ ନିକଟକୁ ଆସିଲେ ନାହିଁ । ଚିକିତ୍ସା ବିଳମ୍ବ ହେବାରୁ ରୋଗୀର ଅବସ୍ଥା ଗୁରୁତର ହେବାକୁ ଲାଗିଲା । ଏନେଇ ମଧ୍ୟ ରୋଗୀଙ୍କ ସମ୍ପର୍କୀୟ ନର୍ସଙ୍କ ନିକଟରେ ଗୁହାରି କରିଥିଲେ ସୁଦ୍ଧାସେ ଶୁଣି ନ ଥିଲେ । ଏପରିକି ସକାଳ ସାଢ଼େ ୯ଟାରେ ଡାକ୍ତର ଆସି ରୋଗୀଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା କରିବା ପରିବର୍ତ୍ତେ ବହୁ ବିଳମ୍ବରେ ଦେଖି ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଲେ । ଅଲଟ୍ରାସାଉଣ୍ଡ କରି ଫେରିଲା ବେଳକୁ ରୋଗୀଙ୍କ ଶରୀରୁ ଜଳ ଜୋର୍ରେ ନିର୍ଗତ ହେବାରେ ଲାଗିଛି । ପରେ ଡାକ୍ତର ରିପୋର୍ଟ ଦେଖି ସଙ୍ଗେ ସଙ୍ଗେ କଟକ ମେଡିକାଲ୍କୁ ରେଫର୍ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଶରତ ଉପାୟ ନ ପାଇ ଏକ ଆମ୍ବୁଲାନ୍ସରେ କଟକ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ପରେ ଜାଣିବାକୁ ପାଇଥିଲେ ଯେ, ଶରୀରରୁ ଅଧିକ ଜଳନିର୍ଗତ ହୋଇଥିବାରୁ ଶିଶୁ ପ୍ରତି ବିପଦ ରହିଛି । ଶେଷରେ ମହିଳାଙ୍କ ଶିଶୁପୁତ୍ର ଜନ୍ମ ହେଲା । କିନ୍ତୁ କିଛି ସମୟ ପରେ ସେ ମୃତୁ୍ୟବରଣ କଲା । ଫଳରେ ଡାକ୍ତର ଓ ନର୍ସଙ୍କ ଲାଗି ଜଣେ ନିଷ୍ପାପ ଶିଶୁର ଜୀବନ ଗଲା । ତେଣୁ ଉକ୍ତ ଘଟଣାରେ ସମ୍ପୃକ୍ତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଜିଲ୍ଲାପାଳ ଉକ୍ତ ଘଟଣାରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *