୧୨୩ ସିସି କ୍ୟାମେରା ତାଳଚେରରେ ଲାଗିବ କେବେ?

ପୌରପରିଷଦ-ଏମ୍ସିଏଲ୍ ବୁଝାମଣାକୁ ୮ ମାସ ପୂରିଲା
ତାଳଚେର (ଆପ୍ର): ଅପରାଧ ନିୟନ୍ତ୍ରଣ ସାଙ୍ଗକୁ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ତାଳଚେର ପ୍ରଶାସନ ଓ ପୁଲିସ୍ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ଅପରାଧ ନିୟନ୍ତ୍ରଣ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇଥିଲା । ଡାଟାବେସ୍ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ପହଞ୍ଚôବା ସହ ସିସିଟିଭି କାର୍ଯ୍ୟକ୍ଷମ ନେଇ ଏମସିଏଲ କର୍ତ୍ତୁପକ୍ଷ ଓ ପୌରପରିଷଦ ପକ୍ଷରୁ ଆଠମାସ ପୂର୍ବରୁ ଏମଓୟୁ ସ୍ୱାକ୍ଷର ହୋଇଥିଲା ।
ଏମସିଏଲ ଅଧ୍ୟକ୍ଷ ତଥା ପରି·ଳନା ନିଦେ୍ର୍ଦଶକ ପ୍ରଭାତ କୁମାର ସିହ୍ନା ଓ ହରଜିତ୍ ସିଙ୍ଗ ତାଳଚେର ପୌର କାର୍ଯ୍ୟାଳୟକୁ ଯାଇ ପୌରନିର୍ବାହୀ ଅଧିକାରିଣୀ ରଶ୍ମିରେଖା ଅମାତ ଓ ତାଳଚେର ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ସହ ତାଳଚେର ଅଞ୍ଚଳରେ ସିସିଟିଭି ଲଗାଇବା ପାଇଁ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ । ଏଥିସହିତ ତାଳଚେର ସହର ତଥା ସହର ଉପକଣ୍ଠ ସାଉଥବଲଣ୍ଡା ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକ ଠାରୁ ଆରମ୍ଭକରି ସେଣ୍ଟ୍ରାଲ ହସ୍ପିଟାଲ ଛକ, ଡେରାଛକ, ହାଣ୍ଡିଧୂଆଁ ଛକ, ଷ୍ଟେସନ୍ ଛକ, ବାଇପାସ୍ ଛକ, ଶର୍ମାଛକ, ଆଇଟିଆଇ ଛକ, କୋର୍ଟ ଛକ, କଚେରୀ ରୋଡ଼୍, ରେମୁଆଁ ଛକ, ନବମିଶ୍ର କଲୋନୀ, ମଙ୍ଗଳା ମନ୍ଦିର ଛକ, ଟ୍ରାଫିକ୍ ଛକ, ବସଷ୍ଟାଣ୍ଡ, କଲେଜ ଛକ, କୋଲକୋରିଡ଼ର ଛକ, ମେଡ଼ିକାଲ ଛକ, ରାଜବାଟ୍ଟୀ, ପଶ୍ଚିମେଶ୍ୱର ମନ୍ଦିର ଛକ, ମେନଗେଟ୍, ବଉଳଛକ, ବହ୍ଲରଛକ, ହାଟଛକ, ଡ଼ିଆଜି ଅଫିସ୍, ଦେଉଳବେଡ଼ା କଲୋନୀ, ଦେଉଳବେଡ଼ା ଷ୍ଟାଡ଼ିୟମ୍, ଦେଉଳବେଡ଼ା ଛକ ସହିତ ସହର ଭିତରେ ରହିଥିବା ପ୍ରମୁଖ ଛକ ଗୁଡ଼ିକରେ ପାଖାପାଖି ୧୨୩ଟି ସିସିଟିଭି ଲାଗିବାର ନିଷ୍ପତ୍ତି ନିଆଯାଇଥିଲା । ଏହି ସିସିଟିଭିଗୁଡ଼ିକୁ ୨ଟି ସ୍ଥାନରେ କଣ୍ଟ୍ରୋଲ କରାଯିବ ଯାହାର ମୁଖ୍ୟ କଣ୍ଟ୍ରୋଲ ଅନୁଗୋଳ ଏସପିଙ୍କ କାର୍ଯ୍ୟାଳୟ ଏବଂ ତାଳଚେର ଏସଡିପିଓଙ୍କ କାର୍ଯ୍ୟାଳୟରେ ରହିବ ।
ଏଥିସହ ତାଳଚେର ଅଞ୍ଚଳର ପ୍ରମୁଖ ଛକ ଗୁଡ଼ିକରେ ଡିଜିଟାଲ ଟ୍ରାଫିକ୍ ଲାଇଟ୍ ଲାଗିବା ସହ ୮ଟି ସ୍ଥାନରେ ହାଇମାକ୍ସ ଲାଇଟ୍, ଗୋଟିଏ ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ସ୍ପିଡ଼୍ କଣ୍ଟ୍ରୋଲ ଡିସପ୍ଲେମୋଡ଼ ରହିବ । କେବଳ ଜନସାଧାରଣ ଓ ଅପରାଧୀମାନଙ୍କୁ ସିସି କ୍ୟାମେରା ନଜ ରଖିବ ତାହା ନୁହେଁ ତାଳଚେର ଅଞ୍ଚଳରେ ଯେତେ ପୁଲିସ୍ ପିସିଆର ରହିଛି ସମସ୍ତ ପିସିଆରକୁ ଜିପିଏସ୍ କଣ୍ଟ୍ରୋଲରେ ରଖାଯିବ । ଏଥିରେ କେଉଁ ପିସିଆର୍ କେଉଁ ରାସ୍ତାରେ ଯାଉଛି । କେଉଁଠି ଛିଡ଼ା ହୋଇ ରହିଛି ତାର ସୂଚନା ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ରହିବ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମ ଜାନୁଆରୀ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଦୀର୍ଘ ଆଠମାସ ହୋଇ ଗଲାଣି ତାହା କାର୍ଯ୍ୟକାରୀ ହୋଇ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *