ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା ମହାସଙ୍ଘ

ଥାନାଧିକାରୀ ମିଶନ ଶକ୍ତି ଗୃହ ନିର୍ମାଣ ବନ୍ଦ କରିବା ଘଟଣା
ପୁରୀ (ବୁ୍ୟରୋ): ପୁରୀ ସଦର ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ମହିଳା ମହାସଙ୍ଘର ସ୍ଥାନୀୟ ଅଞ୍ଚଳରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଉଛି । ଉକ୍ତ ଗୃହ ନିର୍ମାଣ ଲାଗି ମଧ୍ୟ ସରକାରଙ୍କ ତରଫରୁ ଅନୁଦାନ ମିଳିଛି । ଏପରିକି ଘର ଛାତ ପତନ ହୋଇଥିବା ବେଳେ ଛାତ ପଡ଼ିବା ଲାଗି ସମସ୍ତ ଆବଶ୍ୟକ ସମାଗ୍ରୀ ମହଜୁଦ୍ ରହିଛି । କିନ୍ତୁ ଉକ୍ତ ଗୃହର ଛାତ ନ ପକାଇବା ଲାଗି ସଦର ଥାନାଧିକାରୀ ମନା କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି । ଏହାକୁ ନେଇ ମହିଳା ମହାସଙ୍ଘ ଓ ଥାନାଧିକାରୀଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି । ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଥିବା ବେଳେ ଥାନାଧିକାରୀ ଅଧାରୁ ଆସି ବନ୍ଦ କରିବା ଘଟଣା ଆମକୁ ବ୍ୟଥିତ କରିଛି । ଏନେଇ ଗୋପୀନାଥପୁର ପଞ୍ଚାୟତ ମହାସଙ୍ଘର ସଭାନେତ୍ରୀ ଶାନ୍ତିଲତା ହୋତା ଓ ସମ୍ପାଦିକା ରଶ୍ମିତା ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟା ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ଉକ୍ତ ଘଟଣାର ସମାଧାନ କରି ଗୃହ ନିର୍ମାଣ କରିବାକୁ ଅନୁମତି ପ୍ରଦାନ କରିବାକୁ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *