ଡିଲରଙ୍କ ମନମାନି: ରାସ୍ତାରୋକ କଲେ ହିତାଧିକାରୀ
ବନ୍ତ (ଆପ୍ର): ବନ୍ତ ବ୍ଲକ୍ ଗୋବିନ୍ଦପୁର ପଞ୍ଚାୟତ ଏରେଣ୍ଡେଇ ଓ ଗୋବିନ୍ଦପୁର ଗ୍ରାମର ୩ ଗୋଟି ୱାର୍ଡର ୧୯୭ ଗୋଟି ରାସନକାର୍ଡରେ ହିତାଧିକାରୀମାନେ ରାସନ ପାଇ ଆସୁଥିଲେ । ଏହି ରାସନକୁ ଏଠାରୁ ୩ କିମି ଦୂର ଅଣ୍ଢିଆ ଗ୍ରାମର ଡିଲର ଶାନ୍ତିଲତା ନାୟକ ରାସନ ଯୋଗାଇ ଦେଇଥାନ୍ତି । ତେବେ ଶାନ୍ତିଲତା ହିତାଧିକାରୀଙ୍କ ଠାରୁ କାର୍ଡଗୁଡ଼ିକୁ ନେଇ ଦସ୍ତଖତ କରାଇବା ପରେ ରାସନ ନ ଦେଇ ଫେରାଇ ଦେଇଛନ୍ତି । ଏନେଇ ଶ୍ରୀମତୀ ନାୟକଙ୍କୁ ପଚାରିଲେ, ତୁମେଯାଇ ବନ୍ତରେ ଏମଆଇଙ୍କୁ ଦେଖାକର । ସାଧାରଣ ହିତାଧିକାରୀ ନୂତନ ଭାବେ ଯୋଗଦାନ କରିଥିବା ଏମଆଇ ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ହଇରାଣ ହେଉଛନ୍ତି ବୋଲି ଅଭିଯୋଗ କରି ଭବେନ୍ଦ୍ର କୁମାର ସାହୁଙ୍କ ଆହ୍ୱାନରେ ସ୍ଥାନୀୟ ସରପଞ୍ଚ ସଶ୍ମିତା ମହାପାତ୍ର, ସମିତିସଭ୍ୟା ନୀଳିମା ଖଟୁଆ, ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର ଧଳ, ପ୍ରଶାନ୍ତ ଖଟୁଆ, ୱାର୍ଡଭ୍ୟସଭ୍ୟାଙ୍କ ନେତୃତ୍ୱରେ ସୋମବାର ଗୋବିନ୍ଦପୁର ବଜାରରେ ବାରିକପୁର-ବନ୍ତ ରାସ୍ତା ରୋକ କରିଥିଲେ । ୫ ଶହରୁ ଅଧିକ ଲୋକେ ହାତରେ ପ୍ଲାକାର୍ଡ ଓ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ପରେ ରାସ୍ତା ଅବରୋଧ ହୋଇଥିଲା । ଖବର ପାଇ ଜିଲ୍ଲା ସହଯୋଗାଣ ଅଧିକାରୀ, ବ୍ଲକ୍ ଯୋଗାଣ ଅଧିକାରୀ ଅନୁର୍ଜ ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଉପରୋକ୍ତ ହିତାଧିକାରୀମାନେ ଚଳିତମାସ ଅନ୍ୟଜଣେ ଡିଲରଙ୍କ ଠାରୁ ରାସନ ସାମଗ୍ରୀ ଆଣିବେ ଓ ଆସନ୍ତା ମାସ ଠାରୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରୁ ରାସନ ନେବାକୁ ସ୍ଥିର କରାଯାଇଛି ।