ଚିନ୍ତାରେ ଯୁଇଖୋଲ ଅଞ୍ଚଳବାସୀ
ଏଯାଏଁ ହେଲାନି ପୋଲ
ଚକାପାଦ (ଆପ୍ର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ଅନ୍ତର୍ଗତ ରାଇପଦା-ଯୁଇଖୋଲ ରାସ୍ତାକୁ ବିଛିନ୍ନ କରୁଥିବା ବୃତ୍ତଙ୍ଗ ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଯୁଇଖୋଲ ଅଞ୍ଚଳବାସୀ ବହୁବାର ଦାବି କରିଛନ୍ତି । ଉକ୍ତ ନଦୀ ଉପରେ ନିର୍ମିତ ପୋଲ ୨୦୧୨ ମସିହା ବନ୍ୟାରେ ଅର୍ଦ୍ଧାଧିକ ଧୋଇହୋଇ ଯାଇଥିଲା । ପର୍ଯ୍ୟାୟ କ୍ରମେ ପରବର୍ତ୍ତୀ ବନ୍ୟା ବାତ୍ୟାରେ ଏହା ସମ୍ପୂର୍ଣ୍ଣ ଧୋଇଯାଇଛିି । ଏ ସମ୍ପର୍କରେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଅଭିଯୋଗ କରାଯାଇଛି । ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ କେବଳ ଆଶ୍ୱାସନା ଦିଆଯାଇଛି । ପୋଲ ନିର୍ମାଣର ନା ଗନ୍ଧ ନାହିଁ । ବର୍ଷା ଦିନେ ନାହିଁ ନ ଥିôବା ଅସୁବିଧା ଭୋଗୁଛନ୍ତି ଲୋକେ ।
ଜୀବନ ଜିବିକା, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତିର ଅପହଞ୍ଚ ଇଲାକା ପାଲଟିଥାଏ ଏହି ଅଞ୍ଚଳ । ପ୍ରସୂତି, ଗର୍ଭବତୀ, ଅସୁସ୍ଥ ଲୋକଙ୍କୁ ଶିକା ଭାର କରି ନଦୀ ପାର୍ କରାଯାଉଥିବା ଦୃଷ୍ଟାନ୍ତର ଅଭାବ ନାହିଁ । ଦୀର୍ଘ ଦଶ ବର୍ଷ ଧରି ପୋଲ ନିର୍ମାଣ ପାଇଁ ଜନସାଧାରଣଙ୍କ ଆକୁଳ ନିବେଦନକୁ ଫୁ’ କରିଛି ପ୍ରଶାସନ । ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କୁ ଏହି ଶଙ୍ଖ ନିର୍ମାଣ ପାଇଁ କେତେ ବର୍ଷ ଲାଗିବ ବୋଲି ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରାମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ଆଦୌ ସୁଫଳ ପାଇ ନ ଥିବା ଯୁଇଖୋଲଏବଂ ଆଖପାଖ ସମସ୍ତ ଅଞ୍ଚଳବାସୀ ବର୍ତ୍ତମାନ ଗଭୀର ଚିନ୍ତାମଗ୍ନ ହୋଇ କାଳାତିପାତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀ ପୁଣି ଥରେ ପ୍ରଶାସନ ନିକଟରେ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।