ଉମାକାନ୍ତ ଯାଦବଙ୍କୁ ଆଜୀବନ

ଜିଆର୍ପି ସିପାହୀ ହତ୍ୟାକାଣ୍ଡ: ୨୭ ବର୍ଷରେ ୫୮୯ ଥର ଶୁଣାଣି
ଜୌନ୍ପୁର (ଏଜେନ୍ସି): ୨୭ବର୍ଷ ପୁରୁଣା ତଥା ବହୁଚର୍ଚ୍ଚିତ ଶାହାଗଞ୍ଜ ଜିଆରପି ସିପାହୀ ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦ ଉମାକାନ୍ତ ଯାବବଙ୍କ ସମେତ ମୋଟ୍ ୭ଜଣଙ୍କୁ ଏମ୍ପି ଏମ୍ଏଲଏ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏତଦ୍ବ୍ୟତୀତ ହତ୍ୟା ପାଇଁ ପ୍ରୟାସ କରିଥିବା ଅଭିଯୋଗରେ ସମସ୍ତ ଅଭିଯୁକ୍ତଙ୍କୁ ୧ଠବର୍ଷ ସଶ୍ରମ କାରାଦଣ୍ଡ ସହ ଏମାନଙ୍କ ଉପରେ ୫ଲକ୍ଷ ଟଙ୍କା ଲେଖାଏ ଜରିମାନା ମଧ୍ୟ ଲାଗୁ କରିଛନ୍ତି । ଦୀର୍ଘ ୨୭ବର୍ଷ ଧରି ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ଶନିବାର ଦିନ ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ସୋମବାର ଏହାର ରାୟ ପ୍ରକାଶ ପାଇଛି । ଗତ ୨୭ବର୍ଷ ମଧ୍ୟରେ ଏହି ମାମଲା ଉପରେ ୫୮୯ ଥର ଶୁଣାଣି ହୋଇଥିବା ଜଣାପଡିଛି ।
ପ୍ରକାଶ, ୪ ଫେବ୍ରୁଆରୀ, ୧୯୯୫ରେ ଜୌନପୁର ଶାହାଗଞ୍ଜ ରାଜକୀୟ ରେଲୱେ ପୁଲିସ ଷ୍ଟେସନ୍ର ଲକ୍ଅପ୍ରେ ବନ୍ଦ ଥିବା ରାଜକୁମାର ଯାଦବ ନାମକ ଜଣେ ବ୍ୟକ୍ତିକୁ ମୁକୁଳାଇବା ପାଇଁ ଉମାକାନ୍ତ ଯାଦବଙ୍କ ସହ ଅନ୍ୟ ଅଭିଯୁକ୍ତମାନେ ରାଇଫଲ୍, ପିସ୍ତଲ ଆଦି ଧରି ଧରି ଆସିଥିଲେ । ସେମାନେ ଆସି ଏଠାରେ ପହଞ୍ଚôବା ପରେ ରାଜକୁମାରକୁ ମୁକ୍ତ କରିବାକୁ ପୁଲିସ ଷ୍ଟେସନରେ ଥିବା ୨ ସିପାହୀ ଅଜୟ ସିଂହ, ଲଲନ୍ ସିଂହଙ୍କୁ କହିଥିଲେ । କିନ୍ତୁ ଉଭୟ ରାଜକୁମାରକୁୂ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଛାଡିବାକୁ ମନା କରିଦେଇଥିଲେ । କେବଳ ସେତିକି ନୁହେଁ, ଉମାକାନ୍ତଙ୍କ ସହଯୋଗୀମାନେ ବଳପୂର୍ବକ ଲକ୍ଅପ୍ ଭାଙ୍ଗିବାକୁ ଉଦ୍ୟମ କରିବା ସମୟରେ ଏମାନଙ୍କୁ ରୋକିବା ପାଇଁ ସିପାହୀ ଅଜୟ ସିଂହ, ଲଲନ୍ ସିଂହ ଭରପୁର ଉଦ୍ୟମ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଉମାକାନ୍ତ ଏବଂ ତାଙ୍କର ଅନ୍ୟ ସହଯୋଗୀମାନେ ପୁଲିସ୍ ଷ୍ଟେସନରେ ଗୁଳିବର୍ଷା କରିଥିଲେ । ଏଥିରେ ଏହି ଦୁଇ ସିପାହୀ ସହିଦ୍ ହୋଇଥିବା ବେଳେ ଅନ୍ୟ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଥିଲେ ।
ଏହାକୁ ନେଇ ରେଲୱେ ପୁଲିସ୍ ପକ୍ଷରୁ କୋର୍ଟରେ ଅଭିଯୋଗ ଦାୟର କରାଯାଇଥିଲା । ସେହିପରି ଏହି ମାମଲାର ତଦନ୍ତକାରୀ ଟିମ୍ ମଧ୍ୟ ଏହି ଘଟଣାରେ ଉମାକାନ୍ତ ଯାଦବ ଏବଂ ତାଙ୍କର ଅନ୍ୟ ୬ ସହଯୋଗୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା । ୧୯ଜଣଙ୍କ ସାକ୍ଷ୍ୟ ତଥା ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କୁ ଏମ୍ପି ଏମ୍ଏଲଏ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *