ଡେଙ୍ଗୁଳାକୁ ହରାଇ କୋଇଡା ବିଜୟୀ

ଓପିଜିନ୍ଦଲ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
କୋଇଡ଼ା (ଆପ୍ର): ସୁନ୍ଦରଗଡ଼ ଜିଲ୍ଲା ଟେନସା ସ୍ଥିତ ଜିନ୍ଦଲ ଖଣିର ମାଲିକ ସ୍ୱର୍ଗତ ଓପି ଜିନ୍ଦଲଙ୍କ ୯୨ ତମ ଜନ୍ମ ବାର୍ଷିକ ଉତ୍ସବରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଜିନ୍ଦଲ ଷ୍ଟାଡିୟମରେ ଠାରେ ଉଦଯାପିତ ହୋଇଯାଇଛି । ଟେନସା ଟିଆରବି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବଣାଇଁ ଉପଖଣ୍ଡ ଅଞ୍ଚଳର ୧୬ ଟିମ ଭାଗ ନେଇଥିଲେ । ୨୦ ବର୍ଷ ଧରି ଏହି ଫୁଟବଲ ଟୁନାମେଣ୍ଟ ଖେଳ ଅନୁଷ୍ଠିତ ହୋଇ ଆସୁଥିଲା । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିଲା । ଚଳିତ ବର୍ଷ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାରୁ ଫୁଟବଲ ପ୍ରେମୀ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା । କୋଇଡା ତହସିଲଦାର ଡି.ଏସ୍ ଶୁଭଦର୍ଶୀ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଶେଷ ଫାଇନାଲର ମ୍ୟାଚ ଡେଙ୍ଗୁଳା ଗ୍ରାମପଞ୍ଚାୟତ ସହିତ କୋଇଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁଇଟି ଟିମ ଏତେ ଭଲ ଖେଳ ପଦର୍ଶନ କଲେ ଯେ ସମୟ ସୀମା ମଧ୍ୟରେ କେହି କାହାକୁ ଗୋଲ ଦେଇପାରିଲେ ନାହିଁ । ପେନାଲିଟି ମଧ୍ୟମରେ କୋଇଡା ବିଜୟ ହୋଇଥିଲା ।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମ୍ମାନୀୟ ଅତିଥିବାବେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ଅନ୍ୟ ଅତିଥିବାବେ ଡେଙ୍ଗୁଳା ସରପଞ୍ଚ ବାବୁଲି ମୁଣ୍ଡା, ଟେନସା ଜିନ୍ଦଲ ଖଣିର ୟୁନିଟ ହେଡ ପ୍ରମୋଦ କୁମାର ପାତ୍ର, ଉପସଭାପତି କେ.କେ. ନନ୍ଦ, ଯୁବ ସମାଜସେବୀ ଦୁର୍ଯେ୍ୟାଧନ ନାଏକ, ସୁଦର୍ଶନ ପାତ୍ର, ଚନ୍ଦ୍ରମଣୀ ନାୟକ, ରବିନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ । ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ ଖେଳାଳି ମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ବଣ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜିନ୍ଦଲ ଖଣି ଏହି ଭଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଭାଇ·ରା ବଜାଇ ରଖିଥିବାରୁ ଅତିଥିମାନେ ମତ ପ୍ରକାଶ କରିଥିଲେ । ଶେଷରେ ଅତିଥିମାନେ ବିଜୟ ଦଳକୁ ଦଶ ହଜାର ସହ ଟ୍ରଫି ଏବଂ ଉପବିଜେତା ଦଳକୁ ଆଠ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହାସହ ବେଷ୍ଟ ଟିମ, ବେଷ୍ଟ ପ୍ଲେୟାର, ବେଷ୍ଟ ଗୋଲ କିପିର ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଜିନ୍ଦଲ ଖଣି ପକ୍ଷରରୁ ଖଣି ମ୍ୟାନେଜର ଅଭୀମନୁ୍ୟ ସାମଲ, ପ୍ରଶାସନ ବିଭାଗର ସୁଦାମ ମହାକୁଡ଼, ଏସ.ଏସ ବିଶ୍ୱାଳ, ତପନ ପତି, ରାଜେଶ ମିଶ୍ର, ପ୍ରଶାନ୍ତ ପରିଜା, ଦେବୀ ପ୍ରଶନ୍ନ ଜେନା, ପି .କେ ଧଳ, ଗଗନ ବିହାରୀ ସ୍ୱାଇଁ, ଅଜିତ କୁମାର ବିଶୋଇ, କେଶବାନନ୍ଦ ଘଡେଇ, ରଞ୍ଜିତ ମହାକୁଡ,ଚଅବିନାଶ ଲେଙ୍କା, ରଶ୍ମି ରଞ୍ଜନ ନାୟକ, ମହେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ରହି ଖେଳକୁ ପରି·ଳନା କରିଥିଲେ । ରେଫେରି ଭାବେ ଭୀଷ୍ମ ଦେବ ମାହାନ୍ତ, ସୋମେନ୍ଦ୍ର ମୁଖୀ, ଏସ.ଏନ ଜେନା, ନୀଳମଣି ପ୍ରଧାନ, ମନୋଜ ସାହୁ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *