ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ବନ୍ୟା-ବାତ୍ୟା

ସ୍ୱତନ୍ତ୍ର ପାଣ୍ଠି ସହ ଫୋକସ୍ ଷ୍ଟେଟ୍ ମାନ୍ୟତା ମିଳୁ: ମୁଖ୍ୟମନ୍ତ୍ରୀ
ପିଏମ୍ ଫସଲବୀମା ଯୋଜନା କାର୍ଯ୍ୟକାରିତାରେ ସମସ୍ୟା ରହିଛି
ଟେଲିକମ୍, ରେଲ୍ୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶା ଅବହେଳିତ
ପିଏମ୍ ଆବାସ ଯୋଜନାରୁ ବଞ୍ଚôତ ହୋଇଛନ୍ତି ଆଦିବାସୀ

ଭୁବନେଶ୍ୱର, ୭ା୮ (ବୁ୍ୟରୋ): ବିକାଶରେ ବାଧକ ସାଜିଛି ପ୍ରାକୃତିକ ବିପର୍ଯ୍ୟୟ । ସ୍ଥାୟୀ ମୁକବିଲା ପାଇଁ ସ୍ୱତନ୍ତ୍ର ପାଣ୍ଠି ସହ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବାକୁ ନୀତି ଆୟୋଗ ବୈଠକରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ଅନେକ ଅଞ୍ଚଳରେ ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ ସେବା ଏବେ ବି ଅପହଞ୍ଚ ପାଲଟିଛି । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଗରିବ ଲୋକଙ୍କୁ ପକ୍କାଘର ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ବଞ୍ଚôତ ହେଉଥିବାରୁ ସେନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୈଠକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ବର୍ଷ ବନ୍ୟା ଓ ବାତ୍ୟା ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି । ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇବା ସହ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦିଆଯାଉ । ସେହିପରି ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଓଡ଼ିଶା ଐତିହାସିକ ଭାବେ ଅବହେଳିତ ହୋଇଛି । ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାରେ ସର୍ବନିମ୍ନ ଘନତା ଥିବାରୁ ଏସବୁ କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ତୃଣମୂଳସ୍ତରରେ କାର୍ଯ୍ୟକାରିତାରେ ସମସ୍ୟା ରହିଛି । କେତେକ କ୍ଷେତ୍ରରେ ପ୍ରକୃତ ·ଷୀ ଏହାର ସୁବିଧା ପାଇ ପାରୁନାହାନ୍ତି । ନୀତି ଆୟୋଗ ଏହାର ଅନୁଧ୍ୟାନ କରି ·ଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସେହିପରି ରାଜ୍ୟର ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚôତ ହୋଇଛନ୍ତି । ଏନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ଯୋଜନା ସମ୍ପର୍କିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଗୁଜରାଟର ରାନୀ କା ଭାଭୁଙ୍କ ୟୁନେସ୍କୋ ଐତିହ୍ୟ ମାନ୍ୟତା ଦେବାରେ ସେତେବେଳର ସରକାରଙ୍କ କାମ ପ୍ରଶଂସନୀୟ । ତେବେ ବିଶ୍ୱସ୍ତରରେ ଐତିହ୍ୟ କ୍ଷେତ୍ରର ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି ଜଣାଇଛନ୍ତି । ଏଏସଆଇର ରୂପାନ୍ତରଣ ସହ ଆମସାର ଆକ୍ଟରେ ସଂଶୋଧନ ହୋଇ ବିଶ୍ୱସ୍ତରୀୟ ହେବା ଆବଶ୍ୟକ । ଏହାଦ୍ୱାରା କୋଣାର୍କ ଭଳି ଐତିହ୍ୟସ୍ଥଳୀର ସଂରକ୍ଷଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି । ଭାରତ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ସୁପରପାୱାର ହେବାର କ୍ଷମତା ରଖେ । ସାମଗ୍ରିକ ବିକାଶ ଦ୍ୱାରା ଏହା ସମ୍ଭବ । କେନ୍ଦ୍ର ଓ ରାଜ୍ୟ ଉଭୟ ଦୁଇଟି ରାଜନୈତିକ ଶକ୍ତି ହୋଇଥିବାରୁ କେତେକ କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାରେ ସମସ୍ୟା ହୋଇଥାଏ । ନୀତି ଆୟୋଗ ଏ ଦିଗରେ ଅମ୍ବୁଡସମ୍ୟାନ୍ ପରି କାମ କରି ସମାଧାନ କରିପାରିବ । ଫଳରେ ସଂଘୀୟ ବ୍ୟବସ୍ଥାରେ ସମନ୍ୱୟ ରକ୍ଷା କରି ଯୋଜନାଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହାସହ କରୋନା ନିୟନ୍ତ୍ରଣରେ ସଫଳତାକୁ ପ୍ରଶଂସା କରିବା ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶକୁ ଗୌରବାନ୍ୱିତ କରିଥିବା କ୍ରୀଡାବିତଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ସପ୍ତମ ପରି·ଳନା ପରିଷଦ ବୈଠକରେ ସମସ୍ତ ରାଜ୍ୟ ନିଜ ନିଜର ଅନେକ ଦାବି ଉଠାଇଛନ୍ତି । ଦେଶର ବିଭିନ୍ନ ପ୍ରସଙ୍ଗ ଉଠିବା ସହ ବୈଠକରେ ଶିକ୍ଷା, କୃଷି ଜାତ ଦ୍ରବ୍ୟ, ନୂଆ ଶିକ୍ଷା ଆଇନ୍ ଆଦି ପ୍ରସଙ୍ଗ ଉପରେ ବି ଆଲୋଚନା କରାଯାଇଛି । ଦିଲ୍ଲୀର ରାଷ୍ଟ୍ରପତି ଭବନ କଲ୍ଚରାଲ ସେଣ୍ଟରରେ ଆୟୋଜିତ ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ସମେତ ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ହେଲେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବୈଠକରେ ଯୋଗଦେଇନାହାଁନ୍ତି । ଏମାନଙ୍କ ବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନା ଗଭର୍ଣ୍ଣର, ଏକ୍ସ-ଅଫିସିଓ ସଦସ୍ୟ, ଉପାଧ୍ୟକ୍ଷ, ନୀତି ଆୟୋଗ, ପୂର୍ଣ୍ଣକାଳୀନ ସଦସ୍ୟ, ନୀତି ଆୟୋଗଙ୍କ ଦ୍ୱାରା ଆମନ୍ତ୍ରିତ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *