ଗୃହରକ୍ଷୀଙ୍କ ଭତ୍ତା ୩୮% ବୃଦ୍ଧି
ଡୁ୍ୟଟି କଲ୍ ଅପ୍ ପାଇଁ ମାସିକ ୧୨,୨୮ଠ ଟଙ୍କା
ଭୁବନେଶ୍ୱର, ୭ା୮ (ବୁ୍ୟରୋ): ଗୃହରକ୍ଷୀ ଡୁ୍ୟଟି କଲ ଅପ୍ ଭତ୍ତାରେ ରାଜ୍ୟ ସରକାର ୩୮% ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ପୂର୍ବରୁ ଗୃହରକ୍ଷୀଙ୍କୁ ଡୁ୍ୟଟି କଲ ଅପ୍ ଭତ୍ତା ଭାବରେ ମାସିକ ୯ ହଜାର ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ସେମାନଙ୍କ ଡୁ୍ୟଟି କଲ ଅପ୍ ଭତ୍ତା ଭାବରେ ମାସିକ ୧୨,୨୮୦ ଟଙ୍କା ମିଳିବ । ଏତଦ୍ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବ ବତ୍ ମିଳିବ ।