ଶାହାଙ୍କ ପାଇଁ ଭବ୍ୟ ଆୟୋଜନ

ଭୁବନେଶ୍ୱର/କଟକ, ୭ା୮ (ବୁ୍ୟରୋ): କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରବିବାର ବିଳମ୍ବିତ ରାତିରେ ଶ୍ରୀ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚôବା କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଜେପି କର୍ମକର୍ତ୍ତା କେନ୍ଦ୍ର ମୃହମନ୍ତ୍ରୀ ଶ୍ରୀ ଶାହାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିବେ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଦଳୀୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଭୃଗୁ ବକ୍ସିପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ବାବୁ ସିଂହ, ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବିଧାୟକ ଓ ସାଂସଦଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଶାହାଙ୍କ ସ୍ୱାଗତ ସ୍ୱାଗତ ପାଇଁ ବିମାନବନ୍ଦରରେ ଉପସ୍ଥିତ ରହିଛନ୍ତି । ଦଳୀୟ କର୍ମୀ ଶ୍ରୀ ଶାହାଙ୍କୁ ବିମାନବନ୍ଦରରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ପାଛୋଟି ନେବେ ।
ଶ୍ରୀ ଶାହା ମେ ଫେୟାର ହୋଟେଲରେ ରବିବାର ରାତି କାଟିବେ । ଏନେଇ ହୋଟେଲର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିବାବେଳେ ବ୍ୟାପକ ପୁଲିସ୍ ଫୋର୍ସ ହୋଟେଲ୍ ଚତୁଃପାଶ୍ୱର୍ରେ ମୁତୟନ ହୋଇଛନ୍ତି । ପ୍ରବେଶ ଓ ପ୍ରସ୍ଥାନ ପଟକୁ ପୁଲିସ୍ ଦ୍ୱାରା ସୁରକ୍ଷିତ କରାଯାଇଛି ।
ଶ୍ରୀ ଶାହା ସୋମବାର ସକାଳେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ କଟକ ଯାଇ ପ୍ରଥମେ ଓଡିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ଓ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ କଟକ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ ତମ ବାର୍ଷିକ ଉତ୍ସବ “ପ୍ରଜାତନ୍ତ୍ରର ଅମୃତ ଉତ୍ସବ’ରେ ଯୋଗ ଦେବେ । ଗସ୍ତ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ସମ୍ପୃକ୍ତ ମାର୍ଗରେ ଗାଡ଼ି ଚଳାଚଳ ବନ୍ଦ ରହିବ । କାର୍ଯ୍ୟକ୍ରମ ପରେ ସେଠାରୁ ସେ ରାଜ୍ୟ ପାର୍ଟି ଅଫିସରେ ପହଞ୍ଚô ହର୍ ଘର୍ ତିରଙ୍ଗା ଅଭିଯାନର ଶୁଭାରମ୍ଭ କରିବେ । ଦଳର ରାଜ୍ୟ କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ମୋଦିଅ୨୦ ବୁକ୍ ରିଡିଂ କାର୍ଯ୍ୟକ୍ରମରେ ହୋଟେଲ ମେ ଫେୟାରରେ ଉପସ୍ଥିତ ରହିବେ ଓ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *