ଏସ୍ଏସ୍ଏଲ୍ଭି ମିଶନ୍ ଫେଲ୍

ନୂଆଦିଲ୍ଲୀ, (ଏଜେନ୍ସି): ଇସ୍ରୋର ସଦ୍ୟ ପ୍ରସ୍ତୁତ ସ୍ମଲ ସାଟେଲାଇଟ୍ ଉତ୍କ୍ଷେପଣ (ଏସ୍ଏସ୍ଏଲ୍ଭି) ମିଶନ୍ ଡାଟା ଲସ୍ କାରଣରୁ ବିଫଳ ହୋଇଥିବା କୁହାଯାଇଛି । ରବିବାର ପୂର୍ବାହ୍ଣ ୯.୧୮ ଶ୍ରୀହରିକୋଟାରୁ ଏସ୍ଏସ୍ଏଲ୍ଭି ଡି-୧ ମାଧ୍ୟମରେ ଉତ୍କ୍ଷେପଣ କରାଯାଇଥିଲା । କିନ୍ତୁ ଏହା ୩୫୬ କିମି ସର୍କୁଲାର ଓରବିଟ୍ ବଦଳରେ ୩୫୬ଙ୍ଘ୫୬ ଅଣ୍ଡାକୃତି ଅରବିଟ୍ରେ ସ୍ଥାପିତ ହୋଇଥିବା କୁହାଯାଇଛି । ଯାହାଫଳରେ ମିଶନର ଉଦେ୍ଦଶ୍ୟ ସାଧିତ ହୋଇପାରିନି ବୋଲି ଇସ୍ରୋ ପକ୍ଷରୁ ଦର୍ଶାଯାଇଛି ।
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫୦ ସ୍କୁଲ ଛାତ୍ରୀଙ୍କ ଦ୍ୱାରା ‘ଆଜାଦୀସାଟ୍’ ନାମରେ ୮ କେଜି ଓଜନ ବିଶିଷ୍ଟ ଏହି ବିକଶିତ ସାଟେଲାଇଟ୍ ସହିିତ ଭୂ-ପର୍ଯ୍ୟବେକ୍ଷଣକାରୀ ୧୪୫ କେଜି ଓଜନ ବିଶିଷ୍ଟ ଇଓଏସ୍-୦୨କୁ ନେଇ ଏହି ନୂତନ ରକେଟ୍ ଉତ୍କ୍ଷେପଣ କରାଯାଇଥିଲା । ଆଜାଦୀସାଟ୍କୁ ପ୍ରସ୍ତୁତ କରିଥିବା ସ୍ପେସ୍ କିଜ୍ ଇଣ୍ଡିଆର ସିଇଓ ତଥା ପ୍ରତିଷ୍ଠାତା ସ୍ମୃତି କେଶନ କହିଛନ୍ତି ଯେ, ଏହା ଆମ ପାଇଁ ଅତ୍ୟନ୍ତ ବିରଳ ମୁହୂର୍ତ୍ତ ଥିଲା । ତଥାପି ଆମେ ଆଉ ସୁଯୋଗକୁ ଅପେକ୍ଷା କରିଛୁ ।
ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛି, ଚୂଡ଼ାନ୍ତ ପର୍ଯ୍ୟାୟରେ ଡାଟା ଲସ୍ ହେବାରୁ ସମସ୍ୟା ସୃଷ୍ଟି ହେଲା ଓ ଲକ୍ଷ୍ୟ ସାଧିତ ହୋଇଛି ବୋଲି କୁହାଯାଇପାରିବ ନାହିଁ । ପ୍ରତ୍ୟକ ସ୍ତରରେ ସଠିକ ରୂପେ କାର୍ଯ୍ୟ କରିଥିଲା । ଚୂଡ଼ାନ୍ତ ଫଳାଫଳ ଜାଣିବା ଲାଗି ବିଶ୍ଳେଷଣ କରାଯାଉଛି । ଇସ୍ରୋ ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ତ୍ରୁଟିକୁ ଚିହ୍ନଟ କରାଯାଇ ସଂଶୋଧନ ଲାଗି ଉଦ୍ୟମ ହେଉଛି । ଏକ ବିଶେଷଜ୍ଞ କମିଟି ବିଶ୍ଲେଷଣ କରି ତ୍ରୁଟି ସୁଧାରିବା ପରେ ଏହାର ସୁପାରିସ କ୍ରମେ ପୁଣି ଏସଏସ୍ଏଲ୍ଭି-ଡି୨ଉତ୍କ୍ଷେପଣ କରାଯିବ ।
ସୂଚନା ଅନୁଯାୟୀ ଏସ୍ଏସ୍ଏଲ୍ଭିର ଓଜନ ୧୨୦ ଟନ୍ରୁ ସାମାନ୍ୟ ଅଧିକ ଏବଂ ଗୋଲେଇ ୨.୮ ମିଟର । ଏହାର ଉଚ୍ଚତା ୩୪ ମିଟର ଯାହାକି ପିଏସ୍ଏଲ୍ଭିଠାରୁ ୧୦ ମିଟର କମ । ପିଏସ୍ଏଲ୍ଭି ଓ ଜିଏସ୍ଏଲ୍ଭିର ସଫଳତା ପରେ ଇସ୍ରୋ ଏସ୍ଏସ୍ଏଲ୍ଭି ମିଶନରେ ଆଗେଇ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *