ଓଡ଼ିଶା ସମେତ ୭ ରାଜ୍ୟକୁ କେନ୍ଦ୍ରର ଚିଠି

ବଢିଲା କରୋନା ଟେନ୍ସନ୍
ଭୁବନେଶ୍ୱର, ୬ା୮ (ବୁ୍ୟରୋ): ଦୈନିକ କୋଭିଡ୍-୧୯ ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା କାରଣରୁ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡ଼ିଶା ସମେତ ୭ଟି ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି । ଦୈନିକ ସଂକ୍ରମଣ ବୃଦ୍ଧିପାିବାରେ ଲାଗିଥିବାବେଳେ ଏହାକୁ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ଓଡିଶା ବ୍ୟତୀତ ଅନ୍ୟ ୬ ରାଜ୍ୟକୁ ଯେଉଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପତ୍ର ଲେଖା ଯାଇଛି ସେଗୁଡିକ ହେଲା ଦିଲ୍ଲୀ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲେଙ୍ଗାନା ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ପତ୍ରରେ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଲେଖିଛନ୍ତି, ଅଗଷ୍ଟ ୫ ତାରିଖ ଦିନ ସର୍ବାଧିକ ୧,୭୯୦ ନୂତନ କରୋନାଭାଇରସ୍ ସଂକ୍ରମଣ ରିପୋର୍ଟ ସମତେ ଗତ ଏକ ମାସ ହେବ ଓଡ଼ିଶାରେ ହାରାହାରି ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଅଧିକ ହେଉଥିବା ରିପୋର୍ଟ ଆସୁଛି । ଦେଶର ସାପ୍ତାହିକ ନୂତନ ସଂକ୍ରମଣରେ ଓଡ଼ିଶାର ଅବଦାନ ୫% ଥିବା ବେଳେ ଅଗଷ୍ଟ ୫ ତାରିଖ ଦିନ ଶେଷ ହୋଇଥିବା ସପ୍ତାହରେ ପଜିଟିଭିଟି ହାର ଥିଲା ୪.୮୫% । ଏହି ପତ୍ରରେ ଓଡ଼ିଶାରେ ୧୫ଟି ଜିଲ୍ଲାରେ ପରୀକ୍ଷା ହ୍ରାସ, ୧୦ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଏବଂ ୪ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ହାର ୧୦%ରୁ ଅଧିକ ରହୁଥିବା କଥା ଉଲ୍ଲେଖ କରା ଯାଇଛି ।
ଉକ୍ତ ଜିଲ୍ଲାଗୁଡ଼ିକର ତାଲିକା ମଧ୍ୟ ଉକ୍ତ ପତ୍ରରେ ସଂଯୋଗ କରାଯାଇଛି । ପତ୍ରରେ ଆହୁରି କୁହା ଯାଇଛି ଯେ, ଆଗାମୀ ମାସଗୁଡ଼ିକରେ ବହୁ ପର୍ବପର୍ବାଣି ପଡୁଥିବାରୁ ଜନସମାଗମ ହେବ ଏବଂ ସେଥିଯୋଗୁଁ ଅନ୍ୟାନ୍ୟ ସଂକ୍ରାମକ ରୋଗ ସମେତ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କ ରହିଛି । ତେଣୁ, ରାଜ୍ୟର ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଯଥେଷ୍ଟ ପରୀକ୍ଷା କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *