ନକଲି ଦଲିଲ୍ରେ ଜମି ବିକ୍ରି, ୩ ଗିରଫ

ବ୍ରହ୍ମପୁର (ବୁ୍ୟରୋ): ମୃତବ୍ୟକ୍ତିଙ୍କ ନାମରେ ଥିବା ଜମିର ନକଲି ନଥିପତ୍ର ପ୍ରସ୍ତୁତ କରି ଜମି ବିକ୍ରି ଘଟଣାରେ ସଦର ଥାନା ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ତିନିଜଣ ହେଲେ ବ୍ରହ୍ମପୁର ପାଲୁର ବଙ୍ଗଳାର ସୁଦର୍ଶନ ସାମଲ(୫୧), ବିଜୟ ବିହାର ପ୍ରଥମ ଲେନ୍ର ସୁଶାନ୍ତ କୁମାର ରାଉତ(୫୦) ଓ ଗଞ୍ଜାମର ଦୁର୍ଗାଦେବୀ ସାହିର ଗୋପିନାଥ ଶତପଥି(୬୩) । ଏହାକୁ ଭିତ୍ତି କରି ସଦର ଥାନାରେ କେସ୍ ନଂ ୩୨୨/୨୨ ରୁଜୁ ହୋଇଛି ।
ମିଳିଥିବା ସୂଚନା ପ୍ରକାରେ କୁକୁଡ଼ାଖଣ୍ଡି ଦଳୁଆ ସାହିର ଜଗନ୍ନାଥ ଦଳାଇଙ୍କ କୁକୁଡ଼ାଖଣ୍ଡି ମୌଜାରେ ପ୍ଳଟ୍ ନଂ ୫୧୧ରେ ୦.୩୬୩ ଏକରର ଜମି ରହିଛି । ଜଗନ୍ନାଥଙ୍କ ମୃତୁ୍ୟ ପରେ ତାଙ୍କ ପୁଅ ଅଜିତ କୁମାର ଦଳାଇ ଜମିର ଏକମାତ୍ର ଉତ୍ତରାଧିକାରୀ ଥିବା ବେଳେ ଉପରୋକ୍ତ ତିନି ଅଭିଯୁକ୍ତଙ୍କ ସହ ଅନ୍ୟ ଅଭିଯୁକ୍ତମାନେ ମିଶି ସେହି ଜମିର ନକଲି ଦଲିଲ ପ୍ରସ୍ତୁତ କରିଥିଲେ ଏବଂ ତାହାକୁ ବିକ୍ରି କରି ଦେଇଛନ୍ତି ।
ମୃତ ଜଗନ୍ନାଥଙ୍କ କୌଣସି ଝିଅ ନଥିଲେ ମଧ୍ୟ ତାଙ୍କ ବୟସର ଲଳିତା ଦଳାଇ ନାମକ ଜଣେ ମହିଳାଙ୍କୁ ତାଙ୍କର ଏକ ମାତ୍ର ଝିଅ ଦର୍ଶାଯାଇ କୁକୁଡ଼ାଖଣ୍ଡିର ତକ୍ରାଳୀନ ଆର୍ଆଇ ଓ ଅମିନକୁ ହାତ କରି ଲଳିତାଙ୍କ ନାଁରେ ଉତ୍ତରାଧିକାରୀ ସାର୍ଟିଫିକେଟ ବାହାର କରିଥିଲେ । ସେହି ସାର୍ଟିଫିକେଟ୍ ଜରିଆରେ ନକଲି ଦଲିଲ ପ୍ରସ୍ତୁତ କରି ଅଭିଯୁକ୍ତ ସୁଶାନ୍ତ ରାଉଳକୁ ଜମି ବିକ୍ରି କରିବାକୁ ବ୍ରହ୍ମପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଦଲିଲ ଲେଖକ ସୁବାଷ ଚନ୍ଦ୍ର ପଟ୍ଟନାୟକଙ୍କ ଜରିଆରେ ଆବେଦନ କରିଥିଲେ । ସାକ୍ଷୀ ଭାବେ ଏ. ଆପ୍ପା ରାଓ ଓ ପି.ପ୍ରତାପଙ୍କୁ ମଧ୍ୟ ସାମିଲ କରିଥିଲେ । ଏହାପରେ ସେମାନେ କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟରୁ ସୁଶାନ୍ତଙ୍କ ନାମରେ ଜମିରେ ପଟ୍ଟା ମଧ୍ୟ ବାହାର କରି ଦେଇଥିଲେ । ତେବେ ମୃତ ଜଗନ୍ନାଥଙ୍କ ପୁଅ ଅଜିତ କିଛି ବର୍ଷ ପରେ ଜମିଟି ସୁଶାନ୍ତକୁ ବିକ୍ରି କରି ଦିଆଯାଇଥିବା ଜାଣିବା ପରେ ଗତ ମାସ ୨୫ରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ନକଲି ଦଲିଲ ଓ ନକଲି ଉତ୍ତରାଧିକାରୀ ସାର୍ଟିଫିକେଟ ଜବତ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *