ଅଧାରୁ ଫେରିବ ଚୀନା ଜାହାଜ

ଭାରତ ଚାପରେ ନଇଁଲା ଶ୍ରୀଲଙ୍କା
କଲମ୍ବୋ/ ବେଜିଂ/ ନୂଆଦିଲ୍ଲୀ (ଏଜେନ୍ସି): ଭାରତର ଚାପ ଆଗରେ ଶ୍ରୀଲଙ୍କା ନଇଁବାକୁ ବାଧ୍ୟ ହୋଇଛି । ଶ୍ରୀଲଙ୍କାର ଆର୍ଥିକ ତଥା ରାଜନୈତିକ ସଂକଟ ଜାରି ରହିଥିବା ବେଳେ ଭାରତ ଏକମାତ୍ର ଦେଶ ଭାବେ ଶ୍ରୀଲଙ୍କାକୁ ସବୁପ୍ରକାର ସହାୟତା କରିଆସୁଛି । ସିଧାଅର୍ଥରେ କହିଲେ ବର୍ତ୍ତମାନ ସମୟରେ ଭାରତକୁ କୌଣସି ପରିସ୍ଥିତିରେ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଶ୍ରୀଲଙ୍କା ଚାହୁଁନି । ଫଳରେ ଚୀନ୍ର ଜିୟାନ୍ଜିନ୍ ବନ୍ଦରରୁ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରକୁ ଆସୁଥିବା ବିଶାଳ ସର୍ବେକ୍ଷଣ ଜାହାଜ ଉଆନ୍ ୱାଙ୍ଗ୍-୫କୁ ଅଧାବାଟରୁ ହିଁ ଫେରାଇନେବାକୁ ଶ୍ରୀଲଙ୍କା ଚୀନ୍କୁ କହିଛି ।
ପ୍ରକାଶ, ଶ୍ରୀଲଙ୍କା ଅଭିମୂଖେ ଆସୁଥିବା ଚୀନ୍ର ବିଶାଳ ସର୍ବେକ୍ଷଣ ଜାହାଜ ଉଆନ୍ ୱାଙ୍ଗ୍-୫କୁ ନେଇ ଭାରତ ସରକାର ଚିନ୍ତାରେ ଥିଲେ । କାରଣ ଏହି ଜାହାଜଟି ପ୍ରକୃତରେ ଏକ ଗୁପ୍ତଚର ଜାହାଜ ବୋଲି ଭାରତ ଆଶଙ୍କା କରୁଛି । ତେବେ ଏନେଇ ତଥ୍ୟ ମିଳିବା ପରେ ଚୀନ୍ର ଏହି ଜାହାଜକୁ ଶ୍ରୀଲଙ୍କାର ସାମୁଦ୍ରିକ କ୍ଷେତ୍ରରେ ପ୍ରବେଶ ଉପରେ ଭାରତ ଉଦ୍ବେଗ ପ୍ରକାଶ କରିଥିଲା ଏବଂ ଏସମ୍ପର୍କରେ ଶ୍ରୀଲଙ୍କାକୁ ଅବଗତ କରାଇଥିଲା । ଏଥିସହ ଶ୍ରୀଲଙ୍କା ପକ୍ଷରୁ ଚୀନ୍କୁ ଏପ୍ରକାର ଏକ ଗୁପ୍ତଚରୀ ଜାହାଜର ଆଗମନ ଲାଗି ଦିଆଯାଇଥିବା ଅନୁମତିକୁ ତୁରନ୍ତ ରଦ୍ଦ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରାଯାଇଥିଲା । ଭାରତ ସହ ସମ୍ପର୍କକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ବର୍ତ୍ତମାନ ସମୟରେ ଜାହାଜକୁ ଫେରାଇନେବାକୁ ଚୀନ୍କୁ କହିଛି । ଆସନ୍ତା ଅଗଷ୍ଟ ୧୧ରେ ଦକ୍ଷିଣ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଚୀନ୍ର ଏକ ବିଶାଳ ଗବେଷଣା ଓ ସର୍ବେକ୍ଷଣ ଜାହାଜ ପହଞ୍ଚôବ ବୋଲି ଅନୁମାନ କରାଯାଉଥିଲା । ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ଚୀନ୍ର ଏହି ଜାହାଜ ଶ୍ରୀଲଙ୍କା ବନ୍ଦରରେ ରହିବା ପାଇଁ ଶ୍ରୀଲଙ୍କାକୁ ଚୀନ୍ ଅନୁମତି ମାଗିଥିଲା ଏବଂ ଶ୍ରୀଲଙ୍କା ମଧ୍ୟ ଏଥିପାଇଁ ସ୍ୱୀକୃତି ଦେଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *