ଚର୍ଚ୍ଚିତଙ୍କୁ ରିମାଣ୍ଡରେ ନେଲା ସିବିଆଇ

ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲା
ଭୁବନେଶ୍ୱର (ବୁ୍ୟରୋ): କୋର୍ଟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ । ସରକାରୀ କର୍ମ·ରୀଙ୍କୁ ଲାଞ୍ଚ ଦେବା ମାମଲାରେ ଚର୍ଚ୍ଚିତ ମିଶ୍ର କୋର୍ଟ ଚାଲାଣ ହୋଇଛନ୍ତି । ସିବିଆଇ ନିକଟରେ ନିଜଆଡୁ ଆତ୍ମ ସମର୍ପଣ କରିବା ପରେ ଚର୍ଚ୍ଚିତଙ୍କୁ ଗିରଫ କରାଯାଇଥିଲା । ଏଥିସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସଙ୍କ ସହ ଲିଙ୍କ୍ରେ ବିଲଡର ଶିଶିର ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ, ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲାରେ ଏବେ ଶିଳ୍ପପତିଙ୍କ ପରିବାର ଫସିଛନ୍ତି । ବାପା ଓ ବଡ଼ ପୁଅଙ୍କ ପରେ ଏବେ ସାନ ପୁଅଙ୍କ ପାଳିପଡ଼ିଛି । ଷଡଯନ୍ତ୍ରରେ ଚର୍ଚ୍ଚିତଙ୍କ ନାଁ ରହିଥିବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଦ୍ୱିତୀୟ ଥର ପାଇଁ ମହିମା ମିଶ୍ର ଓ ବଡ଼ ପୁଅ ଚନ୍ଦନ ମିଶ୍ର ସିବିଆଇରେ ହାଜର ହୋଇଛନ୍ତି । ଗତକାଲି (ଶୁକ୍ରବାର) ରାତି ତମାମ ସିବିଆଇ ସେମାନଙ୍କୁ ଜେରା କରିଥିଲା । ତେବେ ଚର୍ଚ୍ଚିତଙ୍କ ଗିରଫ ପରେ ମହିମା ଓ ଚନ୍ଦନଙ୍କ ଅଡୁଆ ବଢ଼ିବାରେ ଲାଗିଛି ।
ସିବିଆଇ ପକ୍ଷରୁ ହସ୍ତଗତ ତଥ୍ୟ ମୂତାବକ, ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାରରେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ସିଣ୍ଡିକେଟରେ ବିଲ ହୋଇଥିଲା । ଯାହାର ଏକ ଅଡିଓ ସିବିଆଇ ହାତରେ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୬ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ଏବଂ ବିଲଡର ଶିଶିର ଦାସ, ଠିକାଦାର ତଥା ମିଡିଲମ୍ୟାନ ସୁମନ୍ତ ରାଉତ, କେ.ସି.ଟି ଗ୍ରୁପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର ଓ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କ ସହ ଚର୍ଚ୍ଚିତ ମିଶ୍ର ରହିଛନ୍ତି । ଏହା ସହିତ ଚର୍ଚ୍ଚିତଙ୍କୁ ୪ ଦିନିଆ ରିମାଣ୍ଡରେ ସିବିଆଇ ନେଇଥିବା ସୂଚନା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *