ମରଣଯନ୍ତା ପାଲଟିଛି ଡୁବୁରୀ ଛକ ଟ୍ରାଫିକ ରାସ୍ତା
ଦାନଗଦି (ଅପ୍ରା): ଶିଳ୍ପାଞ୍ଚଳ ରାଜଧାନୀ ଅଞ୍ଚଳରେ କଳିଙ୍ଗନଗର, କିନ୍ତୁ ବାସ୍ତବ ଚିତ୍ର ଓଲଟା । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବ୍ୟସ୍ତ ବହୁଳ ରାସ୍ତା କହିଲେ ଡୁବୁରୀ ଛକରୁ ବ୍ୟାସନଗର ରାସ୍ତା କୁ ବୁଝାଏ । ଡୁବୁରୀ ଛକରେ ଥିବା ଚାରି ଛକ ଗୋଲେଇ ଟ୍ରାଫିକର ରାସ୍ତା ମଝିରେ ବିରାଟ ବିରାଟ ଗର୍ତ୍ତ ହେବାରୁ, ଦୈନିକ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ଟ୍ରାଫିକ ଗୋଲେଇ ଦେଇ ଦୈନିକ ହଜାର ହଜାର ଗାଡି ମଟର ଯାତାୟାତ କରେ । ବଡ଼ ବଡ଼ ନେତା ଅଫିସର ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ଦୁର୍ଭାଗ୍ୟର କଥା ପୂର୍ତ୍ତ ବିଭାଗ କି ଶିଳ୍ପନଗରୀର କୌଣସି କାରଖାନା ଅଧିକାରୀ କି ଥାନା ଅଧିକାରୀ ପ୍ରତିଦିନ ଦେଖୁଥିଲେ ମଧ୍ୟ ନୀରବ ସାଜିଛନ୍ତି । କଣ ଦୁର୍ଘଟଣା ଘଟି କିଛି ମୁଣ୍ଡ ଗଡ଼ିଲେ ଯାଇ ପ୍ରସାସନର ନିଦ ଭାଙ୍ଗିବ କି? ଏହାକୁ ଗୁରୁତର ସହ ନେଇ ତୁରନ୍ତ ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି ।