ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ପାତ୍ରପୁର (ଆପ୍ର): ପାତ୍ରପୁର ବ୍ଲକ୍ ଜରଡା ଥାନା ବୁଡିଘାଟିରେ ତହସିଲଦାର, ଅବକାରୀ ଓ ପୁଲିସ୍ ବିଭାଗ ପକ୍ଷରୁ ମିଳିତଭାବେ ଚୋରା ମଦ ତିଆରି କାରଖାନାରେ ଚଢ଼ାଉ ବେଳେ ଆଦିବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏଥିରେ ତହସିଲଦାରଙ୍କ ସମେତ ଅବକାରୀ ଓ ପୁଲିସ୍ ବିଭାଗର କର୍ମଚାରୀମାନେ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ତହସିଲଦାରଙ୍କ ସମେତ ୨ ବିଭାଗର କର୍ମଚାରୀଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଭି.କୀର୍ତ୍ତିଭାସନ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି । ଜିଲ୍ଲାପାଳ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ତହସିଲଦାରଙ୍କ ସମେତ ଅବକାରୀ ଓ ପୁଲିସ୍ ବିଭାଗ ପକ୍ଷରୁ ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି ।
ସୂଚନା ପ୍ରକାରେ ଅବକାରୀ, ପୁଲିସ୍ ଓ ପାତ୍ରପୁର ତହସିଲଦାର ଅମିତ୍ କୁମାର ନାୟକ ପ୍ରମୁଖ ବୁଡିଘାଟି ଆଦିବାସୀ ଗାଁରେ ନକଲି ମଦ ପ୍ରସ୍ତୁତ ଖବର ପାଇ ଚଢ଼ଉ ପାଇଁ ଯାଇଥିଲେ । ଗାଁରେ ଚଢ଼ଉ ପୂର୍ବରୁ କିଛି ମୁଷ୍ଟିମୟ ଲୋକ ତଥା ଅଞ୍ଚଳର ଜଣେ ମଦ ଭେଣ୍ଡରର ଲୋକମାନେ ଗାଁର ଜଣେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଆଦିବାସୀମାନେ ଉତ୍ତ୍ୟକ୍ତ ହୋଇ ହଠାତ୍ ଗାଁରେ ଚଢ଼ଉ ପାଇଁ ପହଞ୍ଚôଥିବା ତହସିଲଦାର, ଅବକାରୀ ଓ ପୁଲିସ୍ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ତହସିଲଦାର ଅମିତ୍ କୁମାର ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବବେଳେ ଅବକାରୀ କର୍ମଚାରୀମାନଙ୍କ ଉପରେ ଆଦିବାସୀମାନେ ଗରମ ପାଣି ଢାଳି ଦେଇଥିଲେ । ପୁଲିସ୍ ଆହତ ତହସିଲଦାର ଓ ଅନ୍ୟ ଆହତ କର୍ମଚାରୀଙ୍କୁ ପ୍ରଥମେ ସୁରଙ୍ଗି ମେଡିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ତହସିଲଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ତହସିଲଦାରଙ୍କ ସମେତ ସଞ୍ଜୟ କୁମାର ମଲ୍ଲିକ, ମେଦିନେଶ୍ୱର କହଁର, ସନ୍ତୋଷ ପ୍ରଧାନ, ତୁଳସୀ ଭାଗବତ ଦାସ, ସୁକାନ୍ତ କୁମାର ଜେନା, ରିଙ୍କୁନ ପ୍ରଧାନ, ଲକ୍ଷ୍ମୀ ରେଡ୍ଡି, ରଶ୍ମିତା ସେଠୀ, ଅଜିତ୍ କୁମାର ଭୂୟାଁ, ମୁନା ବେହେରା, କେଶବ ବେହେରା ପ୍ରମୁଖ ଆହତ ହୋଇଛନ୍ତି ।
ତେବେ ଆକ୍ରମଣପରେ ଆଦିବାସୀମାନେ ଗାଁ ନିକଟରେ ଗଛ ହାଣି ରାସ୍ତା ଅବରୋଧ କରିଥିଲେ । ଯାହାରି ଫଳରେ ପୁଲିସ୍ ଓ ଅବକାରୀ ବିଭାଗର କର୍ମଚାରୀମାନେ ଖସି ପଳାଇଥିଲେ ମଧ୍ୟ ୩ଟି ବୋଲେରୋ ଓ ଗୋଟିଏ ବସ୍ ଗାଁ ଭିତରେ ରହିଯାଇଥିଲା । ପରେ ଗ୍ରାମବାସୀ ଓ ରାଜନେତାମାନେ ବସି ଆଲୋଚନା କରିବା ପରେ ଆସନ୍ତା ୧୨ରେ ପୁଲିସ୍, ଗ୍ରାମବାସୀ, ଅବକାରୀ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ନେଇଥିବା ମଦ ଭେଣ୍ଡରଙ୍କ ସହ ଏକ ମିଳିତ ଆପୋଷ ବୁଝାମଣା କରାଯିବ କହିବାପରେ ରାସ୍ତାରୁ ଗଛ ହଟା ଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *