୮ମାସ ପରେ ମୋଦିଙ୍କୁ ଭେଟିଲେ ମମତା

ଜିଏସ୍ଟି ସମେତ ଅନ୍ୟ କେନ୍ଦ୍ରୀୟ ବକେୟା ଅର୍ଥ ମାଗିଲେ ବଙ୍ଗ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ(ଏଜେନ୍ସି): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ଦିନିଆ ଦିଲ୍ଲୀ ଗସ୍ତରେ ଆସି ପହଞ୍ଚôଛନ୍ତି । ଦିଲ୍ଲୀରେ ପହଞ୍ଚôବା ପରେ ପରେ ସେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଆବାସରେ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଘଣ୍ଟାଧିକ ଆଲୋଚନା ହୋଇଛି । ଆସନ୍ତାକାଲି ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିବା ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମମତା, ମୋଦିଙ୍କ ସମ୍ମୁଖରେ ରାଜ୍ୟକୁ ମିଳିବାକୁ ଥିବା ଜିଏସ୍ଟି ବାବଦ କ୍ଷତିପୂରଣ, ମନରେଗା ବାବଦ ବକେୟା ଅର୍ଥ ସହ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଲାଗୁ କରିବା ପାଇଁ ଅର୍ଥ ଦାବି ଉପସ୍ଥାପନ କରିଥିବା ସୂଚନା ମିଳିଛି । ଏସମ୍ପର୍କରେ ସେ ମୋଦିଙ୍କୁ ଏକ ଅନୁରୋଧ ପତ୍ର ମଧ୍ୟ ଦେଇଥିବା ସୂଚନା ମିଳିଛି । ଏଥିରେ କେନ୍ଦ୍ର ପକ୍ଷରୁ ତାଙ୍କ ରାଜ୍ୟ ଅର୍ଥାତ୍ ପଶ୍ଚିମବଙ୍ଗକୁ ପ୍ରାୟ ୧୭,୯୯୬ କୋଟି ଟଙ୍କା ମିଳିବାକୁ ବାକି ରହିଥିବା ମମତା ଦର୍ଶାଇଛନ୍ତି । ଏତଦ୍ବ୍ୟତୀତ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ କେନ୍ଦ୍ର ପକ୍ଷରୁ ପଶ୍ଚିମବଙ୍ଗକୁ ପ୍ରାୟ ୧,ଠଠ,୯୬୮.୪୪ କୋଟି ଟଙ୍କା ମିଳିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହି ଅର୍ଥକୁ ରିଲିଜ୍ କରିନଥିବା ବେଳେ ରାଜ୍ୟର ବିକାଶମୂଳକ କାର୍ଯ୍ୟ ଧୀମା ପଡିଯାଇଥିବା ମମତା ଦର୍ଶାଇଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ମମତା ନିଜ ଗସ୍ତ ଅବସରରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନ ଯାଇ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ନେଇ ମୁର୍ମୁଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ନିର୍ବାଚନ (ରାଷ୍ଟ୍ରପତି ନିର୍ବାଚନ) କାଳରେ ତାଙ୍କ ଦଳ କିମ୍ବା ସେ ମୁର୍ମୁଙ୍କୁ ସମର୍ଥନ ନକରିବାର କାରଣ ସମ୍ପର୍କରେ ଅବଗତ କରାଇଥିବା ଅନୁମାନ କରାଯାଉଛି । ପ୍ରକାଶ, ମୁର୍ମୁ ରାଷ୍ଟ୍ରପତି ହେବା ପରେ ମମତା ପ୍ରଥମ ଥର ପାଇଁ ତାଙ୍କୁ ସାକ୍ଷାତ କରିିଛନ୍ତି ।
ପ୍ରକାଶ, ଏହା ପୂର୍ବରୁ ମମତା-ମୋଦି ସାକ୍ଷାତକାର ୨୪ ନଭେମ୍ବରରେ ହୋଇଥିଲା । ଅର୍ଥାତ୍ ଦୀର୍ଘ ୮ମାସ ପରେ ମମତା, ମୋଦିଙ୍କୁ ସାକ୍ଷାତ କରିଛନ୍ତି । ତେବେ ଗୋଟିଏ ପଟେ ଉପରାଷ୍ଟ୍ରପତି ନିର୍ବାଚନ ଏବଂ ଅନ୍ୟପଟେ ନିଜ ମନ୍ତ୍ରୀମାନଙ୍କ ଉପରେ ଇଡିର କୁଦୃଷ୍ଟି ତଥା ରାଜ୍ୟରେ ଇଡିର ଜୋରଦାର ଛାନବିନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମମତା, ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହାକୁ ନେଇ ଏବେ ଅନ୍ୟ ଏକ ବିତର୍କ ଆରମ୍ଭ ହୋଇଯାଇଛି । ମେଘାଳୟର ପୂର୍ବତନ ରାଜ୍ୟପାଳ ତଥାଗତ ରୟ, କହିଛନ୍ତି ମମତା-ମୋଦିଙ୍କ ମଧ୍ୟରେ ସେଟିଂ ହୋଇସାରିଛି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ହିଂସାକାଣ୍ଡ, ବେଆଇନ୍୍ କାର୍ଯ୍ୟକଳାପ ଏବଂ ସର୍ବୋପରି ବିଜେପି ନେତାମାନଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦେବା ପରିପ୍ରେକ୍ଷୀରେ ମମତା-ମୋଦି ମଧ୍ୟରେ ସେଟିଂ ହୋଇଛି । ଏହି କାରଣରୁ ମମତା, ମୋଦିଙ୍କୁ ସାକ୍ଷାତ କରିବାକୁ ଦିଲ୍ଲୀ ଆସିଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀ ଗସ୍ତ ପରିପ୍ରେକ୍ଷୀରେ ମମତା ଆସନ୍ତା ୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି । ସେହିପରି ଶୁକ୍ରବାର ସନ୍ଧ୍ୟାରେ ସେ ନିଜ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରିଥିବା ବେଳେ ଆସନ୍ତା କାଲି ଶନିବାର ଦିନ ସେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *