ଛାତ୍ର ମୃତୁ୍ୟ ପ୍ରତିବାଦରେ ସ୍କୁଲ୍ ଘେରିଲେ ଗ୍ରାମବାସୀ
ନୀଳଗିରି (ଆପ୍ର): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଧୋବସିଲା ପଞ୍ଚାୟତ ଖଇରବଣି ହଷ୍ଟେଲ ସ୍କୁଲ୍ର ଦ୍ୱିତୀୟ ଶ୍ରେଣୀ ଛାତ୍ର ତପୁ ସିଂ ଚିକିତ୍ସା ଅଭାବରୁ ମୃତୁ୍ୟବରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ଠେଙ୍ଗା ବାଡ଼ି ଧରି ସ୍କୁଲ୍ ଘେରିଛନ୍ତି । ପୁଲିସ ଓ ଶିକ୍ଷାଧିକାରୀ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ରାବଣସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ସାତବର୍ଷର ପୁଅ ତପୁ ଦୁଇଦିନ ତଳେ ଜ୍ୱର ହୋଇଥିଲା । ସ୍କୁଲ୍ରେ ଚିକିତ୍ସା କରିବା ପରେ ଜ୍ୱର ନ ଛାଡ଼ିବାରୁ ୪ ତାରିଖରେ ତାକୁ ପରିବାର ଲୋକେ ନେଇ ଯାଇଥିଲେ । ୫ ତାରିଖରେ ଡାକ୍ତରଖାନାରେ ତପୁର ମୃତୁ୍ୟ ହୋଇଥିଲା । ଏହା ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।